Latest Odisha News

BREAKING NEWS

ଧାଡିରେ ଠିଆ ହୋଇ ଭୋଟ ଦେଲେ ସାଉଥ୍ ଷ୍ଟାର ରଜନୀକାନ୍ତ ଓ ଅଜିତ କୁମାର

ନୂଆଦିଲ୍ଲୀ: ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ଆଜି ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ତାମିଲନାଡୁରେ ପ୍ରଖ୍ୟାତ ଅଭିନେତାମାନେ ସକାଳୁ ଧାଡିରେ ଠିଆ ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଶୁକ୍ରବାର ସକାଳେ ଚେନ୍ନାଇର ମତଦାନ ବୁଥରେ ରଜନୀକାନ୍ତ, ଅଜିତ କୁମାର ଏବଂ ସିବାକର୍ତ୍ତିକେୟାନଙ୍କୁ ଭୋଟ ଦେଉଥିବା ନଜର ଆସିଲେ।

ଆଜିର ଏହି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି। ଏହି ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଅଭିନେତା ଅଜିତ କୁମାର ଆଜି ଭୋଟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବୁଥ ନିକଟରେ ପହଞ୍ଚିଥିଲେ। ଏହା ପରେ ପରେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ମଧ୍ୟ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ।

ଉଭୟ ଭୋଟ ଦେବା ପରେ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ଭୋଟ ଗ୍ରହଣ ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଚାଲିବ। ରଜନୀକାନ୍ତ, ଅଜିତ ଏବଂ ସିବାକର୍ତ୍ତିକେୟାନ୍ ମତଦାନ ପରେ ଗଣମାଧ୍ୟମକୁ କଥା ହୋଇ ଲୋକଙ୍କୁ ବାହାରକୁ ଆସି ନାଗରିକ କର୍ତ୍ତବ୍ୟ ପାଳନ କରିବାକୁ ଅନୁରୋଧ କରିଥିଲେ। ଶୁକ୍ରବାର ଦିନ ଭୋଟ୍ ଦେବା ପାଇଁ ଅଧିକ କୋଲିଉଡ ତାରକା ମତଦାନ କେନ୍ଦ୍ରରେ ଯୋଗଦେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.