Latest Odisha News

BREAKING NEWS

୭୦ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟେକ ଭାରତୀୟଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟସେବା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୭୦ ବର୍ଷ ବୟସରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ । ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପରି ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଦେଶର ଯେକୌଣସି ସ୍ଥାନରେ ଏପରି ସୁବିଧା ମିଳିପାରିବ ।

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଦେଶରେ ୨୫ ହଜାର ଜନ ଔଷଧୀ କେନ୍ଦ୍ର ଖୋଲିବା କାର୍ଯ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଛି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଅଧୀନରେ ୫୫ କୋଟି ହିତାଧିକାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ସଂସଦର ମିଳିତ ବୈଠକକୁ ସମ୍ବୋଧିତ କରିବାବେଳେ ରାଷ୍ଟ୍ରପତି କହିଛନ୍ତି ।

ମୁର୍ମୁ ପୁଣି କହିଛନ୍ତି ଯେ, ବିଶ୍ୱର ସର୍ବ ବୃହତ ସାର୍ବଜନୀନ ଅନୁଦାନ ପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଯୋଜନା ଏବି-ପିଏମଜେ ରେ ପ୍ରତି ପରିବାରକୁ ପ୍ରତି ବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.