Latest Odisha News

BREAKING NEWS

ଓଡିଶା ଏଫସି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ, ଶୁଭମଙ୍କ ଭବିଷ୍ୟତ ଉଜ୍ଜ୍ୱଳ : କୋଚ ବାକ୍ସଟର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ରୋମାଂଚ ଓ ମୁକାବିଲା ପାଇଁ ଓଡିଶା ଏଫସି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ଏହାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି । ହାଇଦ୍ରାବାଦ ଏଫସି ବିପକ୍ଷରେ ମଙ୍ଗଳବାର ଓଡିଶା କ୍ଲବ ତାର ଅଭିଯାନ ଆରମ୍ଭ କରିବ । ସମସ୍ତ ଖେଳାଳି ଏହି ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଜାକବ ଟ୍ରାଟ୍ଟ ଓ ଜେରୀ ମାୱିହିମଙ୍ଗଥାଙ୍ଗାଙ୍କ ଅନୁପସ୍ଥିତି ଦଳକୁ ବିଶେଷ ଅସୁବିଧାର ପକାଇବ ନାହିଁ ବୋଲି ସେ କହିଛନ୍ତି । ଗତ ସଂସ୍କରଣରେ ହାଇଦ୍ରାବାଦ ବିପକ୍ଷରେ ଓଡିଶା ଭଲ ପ୍ରଦର୍ଶନ କରିଥିଲେ । ତେବେ କୋଚ ଅତୀତକୁ ନେଇ ଆଶାବାଦୀ ହେବା ଠିକ୍ ନୁହେଁ ବୋଲି କହିଛନ୍ତି ।

ଓଡିଶାର ପ୍ରତିଭାବାନ୍ ଖେଳାଳି ଶୁଭମ ଷଡଙ୍ଗୀ ସମ୍ପର୍କରେ ସେ କହିଥିଲେ । ସେ ଜଣେ ଭଲ ଖେଳାଳି, ତାଙ୍କଠାରୁ ଆଗକୁ ବହୁତ କିଛି ଆଶା କରାଯାଉଛି । ସକାରାତ୍ମକ ଢ଼ଙ୍ଗରେ ତାଙ୍କୁ ତାଙ୍କ ତ୍ରୁଟି ସୁଧାରି ଆଗେଇଯିବାକୁ ହେବ ବୋଲି କୋଚ କହିଛନ୍ତି । ଏହି ଅବସରରେ ଦଳର ଅଧିନାୟକ ଷ୍ଟିଭେନ ଟେଲର ମଧ୍ୟ ଭଲ ପ୍ରଦର୍ଶନ ନେଇ ଆଶାୟୀ ଅଛନ୍ତି ବୋଲି କହିଥିଲେ । ଏହି ଅଭିଜ୍ଞ ଡିଫେଣ୍ଡରଙ୍କ ମତରେ ଚାପ ଓ ଦାୟିତ୍ୱ ବଢ଼ିଛି । ଏହାକୁ ମୁକାବିଲା କରି ଆଗେଇବାକୁ ପଡିବ । ଚଳିତ ସିଜନ ପାଇଁ ଓଡିଶା ଏଫସି ୬ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିଛି । ଏହା ଦଳକୁ ଫାଇଦାରେ ରଖିବ ବୋଲି ଟେଲର କହିଛନ୍ତି ।

Leave A Reply

Your email address will not be published.