Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରଲ ଭିଡ଼ିଓ ଦେଖି କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଖୋର୍ଦ୍ଧା: ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୋଗୁଁ ବହୁ ଘଟଣା ମାନ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଭିଡ଼ିଓ ଦେଖି ଅପରାଧିକୁ ଗିରଫ କରିଛି ପୋଲିସ। ଘଟଣାଟି ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଖୁଲମ ଖୁଲା ଭାବେ ବିକ୍ରି ହେଉଥିଲା ଦେଶୀ ମଦ ପାଉଚ। କେହି ଜଣେ ଏହାର ଭିଡ଼ିଓ ଉତ୍ତୋଳନ କରି ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲା। ଦେଖୁ ଦେଖୁ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।

ଏହି ଭିଡ଼ିଓରେ ଦେଖାଯାଇଥିବା ଅନୁଯାୟୀ ବେଳଗଡ଼ର ଏକ ଓଭର ବ୍ରିଜ ତଳେ ଏକ ସ୍କୁଟିରେ ରଖାଯାଇ ଖୁଲମ ଖୁଲା ଭାବେ ମଦ ବିକ୍ରି ହେଉଥିଲା। ବାଟରେ ଯାଆସ କରୁଥିବା ଲୋକ ବି ଚୁପ।

ଏହି ଘଟଣାକୁ ପୋଲିସ ସୋସିଆଲ ମିଡିଆରେ ଦେଖିବା ପରେ ଘଟଣା ସ୍ଥଳରେ ପହଞ୍ଚି ଏହି ଦେଶୀ ମଦ ଭର୍ତ୍ତି ସ୍କୁଟି କୁ ଜବତ କରିବା ସହ ଏହାକୁ ବିକୁଥିବା ଯୁବକକୁ ମଧ୍ୟ ଗିରଫ କରିଥିବା ଜଣାପଡିଛି।

Leave A Reply

Your email address will not be published.