ନୂଆଦିଲ୍ଲୀ: OpenAIର ଲୋକପ୍ରିୟ AI ଟୁଲ୍ ChatGPT ଲୋକଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଛି। ତେବେ ଏପରି ଏକ ଦେଶ ଅଛି ଯେଉଁଠାରେ ସରକାର ସମସ୍ତଙ୍କୁ ChatGPTର ପ୍ରିମିୟମ୍ ChatGPT Plus ସବସ୍କ୍ରିପସନ୍ ମାଗଣାରେ ବଣ୍ଟନ କରିବାକୁ ଯାଉଛନ୍ତି। UAEରେ ରହୁଥିବା ଲୋକମାନେ ଖୁବ୍ ଶୀଘ୍ର ମାଗଣାରେ ChatGPT Plus ବ୍ୟବହାର କରିପାରିବେ।
ଏହା ବିଶ୍ୱର ପ୍ରଥମ ଦେଶ ପାଲଟିଛି, ଯେଉଁଠାରେ ChatGPTର ପ୍ରିମିୟମ୍ ସଂସ୍କରଣ ସମଗ୍ର ଜନସଂଖ୍ୟାକୁ ମାଗଣାରେ ଦିଆଯିବ । ଏହି କାର୍ଯ୍ୟ ପାଇଁ OpenAI ଏବଂ UAE ସରକାରଙ୍କ ମଧ୍ୟରେ ଏକ ସହଭାଗୀତା ହୋଇଛି।
OpenAI ଏବଂ UAE ସରକାରଙ୍କ ମଧ୍ୟରେ ସହଭାଗୀର ସବୁଠାରୁ ରୋମାଞ୍ଚକର ଅଂଶ ହେଉଛି ୟୁଏଇରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ChatGPT Plusର ମାଗଣା ଆକ୍ସେସ ପାଇବେ। ଯାହା ଦ୍ୱାରା ଦୁବାଇରେ ରହୁଥିବା ଲୋକମାନେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ଆଡଭାନ୍ସ AI ଟୁଲ୍ ବ୍ୟବହାର କରିପାରିବେ।
ଏହି ସମ୍ପୂର୍ଣ୍ଣ ପ୍ରକଳ୍ପଟି OpenAIର “OpenAI for Countries” କାର୍ଯ୍ୟକ୍ରମର ଏକ ଅଂଶ, ଯାହାର ଲକ୍ଷ୍ୟ ବିଭିନ୍ନ ଦେଶକୁ ସେମାନଙ୍କର ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ସେମାନଙ୍କର ନିଜସ୍ୱ AI ସିଷ୍ଟମ ଏବଂ ଟୁଲ୍ସ ବିକଶିତ କରିବାରେ ସାହାଯ୍ୟ କରିବା। OpenAI ର ସିଇଓ ସାମ୍ ଅଲ୍ଟମ୍ୟାନ୍ କହିଛନ୍ତି , AIକୁ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଉର୍ଜା ଶକ୍ତି ଭଳି କ୍ଷେତ୍ରରେ ଲୋକଙ୍କ ନିକଟତର ହେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।
ଏହି ସହଭାଗୀତାରେ ଓରାକଲ୍, ଏନଭିଡିଆ, ସିସ୍କୋ, ସଫ୍ଟବ୍ୟାଙ୍କ ଏବଂ ମଧ୍ୟପ୍ରାଚ୍ୟ ଏଆଇ କମ୍ପାନୀ G42 ମଧ୍ୟ ଅନ୍ତର୍ଭୁକ୍ତ ଯାହାକୁ ମାଇକ୍ରୋସଫ୍ଟ ସମର୍ଥନ କରିଥାଏ। ଏସବୁର ଲକ୍ଷ୍ୟ ହେଉଛି UAEକୁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ AI ପାଇଁ ଏକ ପ୍ରମୁଖ କେନ୍ଦ୍ର କରିବା।
Comments are closed.