Latest Odisha News

ଉଠା ଦୋକାନୀଙ୍କୁ ତୁରନ୍ତ ଥଇଥାନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଚାରିପାଖରେ ବିସ୍ଥାପିତ ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଉଠା ଦୋକାନୀ ସଂଘ। ତୁରନ୍ତ ଥଇଥାନ ଦାବି ନେଇ ଧାରଣା ଦେଇଛନ୍ତି ଉଠା ଦୋକାନୀ ସଂଘ। ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ବିସ୍ଥାପିତ ଉଠା ଦୋକାନୀ। ଉଠା ଦୋକାନୀଙ୍କ ନେତୃତ୍ଵ ନେଇଥିବା ସମାଜସେବୀ ଆଦିତ୍ୟ ନାରାୟଣ ବାରିକ କହିଚନ୍ତି ରାଜ୍ୟ ଗରିବ ଉଠା ଦୋକାନୀଙ୍କ ପ୍ରତି ପାତର ଅନ୍ତର ନୀତି କରୁଛନ୍ତି ।

ବଡ ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀଙ୍କୁ ସରକାର ଥାଇଥାନ୍ କରିଥିବା ବେଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର, କାକୁଡି ଖାଇ ଛକ, ସିଂହ ଦ୍ୱାରରୁ ଉଚ୍ଛେଦ ହେଇଥିବା ଉଠା ଦୋକାନୀଙ୍କ ଥଇଥାନ ରାଜ୍ୟ ସରକାର ମୁଣ୍ଡ ପୁରାଉ ନାହାନ୍ତି। ଯାହାକି ଅତି ଦୁଃଖ ଦାୟକ। ଗରୀବ ଉଠା ଦୋକାନୀ ମାନେ ଉଚ୍ଛେଦ ପରେ ରୋଜଗାର ହରାଇ ତଳିତଳାନ୍ତ ହୋଇ ଗଲେଣି। ଘରେ ଓଳିଏ ଖାଇଲେ ଓଳିଏ ଉପାସ ରେ ରହୁଛନ୍ତି। ଔଷଧ ଖାଇବା ପାଇଁ ହାତରେ ଟଙ୍କା ନାହିଁ।

ତେବେ ୨ଶହରୁ ଅଧିକ ଉଠା ଦୋକାନୀ ଜୀବନ ଜୀବିକା ହରାଇଥିବା ବେଳେ ପ୍ରଶାସନ ନିକଟ ଥଇଥାନ ଦାବି କଲେ କେହି କର୍ଣ୍ଣପାତ କରୁନାହାଁନ୍ତି। ଗରିବ ଉଠା ଦୋକାନୀଙ୍କୁ ଲାତ ମାରିବା କେତେ ଠିକ ବୋଲି ପ୍ରଶାସନକୁ ଉଠା ଦୋକାନୀ ପ୍ରଶ୍ନ କରିଛନ୍ତି। ତେବେ ଉଠା ଦୋକାନୀଙ୍କୁ ସରକାର ତୁରନ୍ତ ଥାଇଥାନ  କଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ହେବ ବୋଲି ଉଠା ଦୋକାନୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.