Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ କହିଲେ, ବଂଚିଥିବା ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ବାୟୋପିକ କରେଇ ଦେବିନି

ମୁମ୍ବାଇ: ଶ୍ରୀଦେବୀଙ୍କ ବାୟୋପିକ କରିବା ନେଇ ଅନେକ ପ୍ରଡ୍ୟୁସର ଆଗ୍ରହ ପ୍ରକାଶ କରୁଛନ୍ତି । ମାତ୍ର ଏହା କାର୍ଯ୍ୟକାରୀ ହୋଇ ପାରୁନି । ଏଥିରେ ମୂଖ୍ୟ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଦେବୀଙ୍କ ପତି ବୋନୀ କାପୁର । ସେ ସ୍ପଷ୍ଟ ଭାବେ କହିଛନ୍ତି ମୁଁ ନିଜେ ତାଙ୍କ ବାୟୋପିକ କରିବିନି କିମ୍ବା ବଂଚିଥିବା ପର୍ଯ୍ୟନ୍ତ ଅନ୍ୟ କାହାକୁ ଏହି ସୁଯୋଗ ପ୍ରଦାନ କରିବିନି । ବୋନୀ କାପୁରଙ୍କ ମୈଦାନ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଅଜୟ ଦେବଗାନଙ୍କ ଭୂମିକାକୁ ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ବୋନୀଙ୍କ ପତ୍ନୀ ଶ୍ରୀଦେବୀ ୨୦୧୭ରେ ଶେଷ ଥର ପାଇଁ ମାଆ ଫିଲ୍ମରେ ନଜର ଆସିଥିଲେ । ଏହାର କାହାଣୀ ଏବଂ ଶ୍ରୀଦେବୀଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା ।

ଏହି ପୁରସ୍କାର ଗ୍ରହଣ କରିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ଦୁଇ ଝିଅ ଜାହ୍ନବୀ ଓ ଖୁସୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ୨୪ ଫେବୃୟାରୀ ୨୦୧୮ରେ ଦୁବାଇରେ ତାଙ୍କର ନିଧନ ହୋଇଥିଲା । ପରେ ତାଙ୍କ ମୃତ ଶରୀର ଭାରତ ଅଣା ଯାଇଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ ଅନେକ ଆଶଙ୍କା ସୃଷ୍ଟି କରିଥିଲା । ଶ୍ରୀଦେବୀଙ୍କ ବାୟୋପିକକୁ ମନା କରିବା ପଛର କାରଣ କିନ୍ତୁ କହିବାକୁ ବୋନୀ ମନା କରି ଦେଇଥିଲେ ।

Leave A Reply

Your email address will not be published.