Latest Odisha News

ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓହ୍ଲାଇଲେ ଲୁଲୁ ତନୟା

ପୁରୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏନେଇ ସରଗରମ ରାଜ୍ୟ ରାଜନୀତି। ସବିୁ ପାର୍ଥୀ ନିଜ ନିଜର ପ୍ରଚାର ଆରମ୍ଭ କରିଥିବା ବେଳେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓହ୍ଲାଇଛନ୍ତି ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ରାଜ୍ୟର ସବୁଠାରୁ ଚର୍ଚ୍ଚିତ ଆସନ ବ୍ରହ୍ମଗିରିରୁ ବିଜେପି ତରଫରୁ ବିଧାନସଭା ଟିକେଟ ପାଇବା ପରେ ମହାପ୍ରଭୁଙ୍କ ସାନିଧ୍ୟ ନେଇଛନ୍ତି ଉପାସନା ମହାପାତ୍ର ।

ଦିବଙ୍ଗତ ନେତା ତଥା ରାଜ୍ୟ ରାଜନୀତିର ଟାଇଗର ବୋଲାଉଥିବା ଲଲାଟେନ୍ଦୁ ମହାପାତ୍ରଙ୍କ ଝିଅ ତଥା ବ୍ରହ୍ମଗିରି ବିଜେପି ନେତ୍ରୀ ଉପାସନା ମହାପାତ୍ର ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କ ସାନିଧ୍ୟ ନେବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରି ଆଶୀର୍ବାଦ ନେଇଛନ୍ତି ଉପାସନା । ମହାପ୍ରଭୁଙ୍କ ଠାରୁ ମାଟି ମା ବ୍ରହ୍ମଗିରିର ସେବା ପାଇଁ ସାମର୍ଥ୍ୟ ମାଗିଛି ବୋଲି କହିଛନ୍ତି ଉପାସନା ।

ନିର୍ବାଚନ ବୈତରଣୀ ପାର କରିବା ପାଇଁ ମହାପ୍ରଭୁଙ୍କ ପାଖରେ ହାତ ଟେକିଦେବା ସହ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛି ବୋଲି କହିଛନ୍ତି ଉପାସନା । ପ୍ରତିଦ୍ବନ୍ଦୀ କେତେ ଶକ୍ତିଶାଳୀ, କଣ କରୁଛନ୍ତି ସେ ବିଷୟରେ ଭାବିବା ଅପେକ୍ଷା ବ୍ରହ୍ମଗିରି ଲୋକଙ୍କ ସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଉପାସନା । ସେପଟେ ଦଳୀୟ ନେତୃତ୍ଵଙ୍କୁ ଧନ୍ୟବାଦ୍ ଦେବାସହ ହାତ ଧରି ଦଳକୁ ନେଇ ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ୍ ଅର୍ପଣ କରିଛନ୍ତି ଲୁଲୁ ତନୟା । ଜଣେ ଶିକ୍ଷିତ ନାଗରିକ ଭାବରେ ପ୍ରଶାସନ ଓ ସରକାରଙ୍କ ଭିତରେ ସେତୁ ଭଳି କାମ କରିବାକୁ ସଂକଳ୍ପ ବଦ୍ଧ ରହିଛି ଏବଂ ଦଳୀୟ ନେତୃତ୍ଵ ସେଇ ଭଳି ପ୍ରଶିକ୍ଷିତ କରେଇଛନ୍ତି ବୋଲି କହିଛନ୍ତି ଉପାସନା ।

ସୂଚନାଯୋଗ୍ୟ ଯେ, ଗତକାଲି ବିଜେପି ୧୧୨ଜଣ ବିଧାୟକ ପାର୍ଥୀଙ୍କ ନାଲ ଘୋଷଣା କରିଛି । ବ୍ରହ୍ମଗିରି ବିଧାନସଭା ଆସନରୁ ପ୍ରାର୍ଥୀ ରହିଛନ୍ତି ଉପାସନ ମହାପାତ୍ର । ବ୍ରହ୍ମଗିରି ବିଧାନସଭା ଆସନରେ ୨୦୧୯ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଉପାସନଙ୍କ ବାପା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଆଉ ଏଥର ଏହି ଆସନରୁ ଲଢିବେ ଉପାସନା । ଉପାସନାଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ତିନି ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.