Latest Odisha News

BREAKING NEWS

ଯାଜପୁର ଦାନଗଦୀ ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଯାଜପୁର ରୋଡ଼ ଡୁବୁରୀ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କରାଯିବ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମେ ରାସ୍ତାର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ହେବାକୁ ଥିଲାବେଳେ ଦାନଗଦୀ ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

ସ୍ଥାନୀୟ ତହସିଲଦାର ଓ ପୋଲିସ ଉପସ୍ଥିତିରେ ରାସ୍ତା ୨ ପାର୍ଶ୍ଵରେ ଜବରଦଖଲ କରିଥିବା ଘର, ଦୋକାନ ଓ ପାଚେରୀ ଆଦି ଭଙ୍ଗାଯାଇଛି। ଜବରଦଖଲ ଉଚ୍ଛେଦ ପାଇଁ ତହସିଲ ପକ୍ଷରୁ ଗତ ୧୫ ଦିନ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା। ଏବଂ ଗତ ୨ ଦିନ ପୂର୍ବରୁ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜବରଦଖଲକାରୀ ମାନଙ୍କୁ ଚେତାଇ ଦିଆଯାଇଥିଲା।

ସକାଳୁ ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।

Leave A Reply

Your email address will not be published.