ପଦ୍ମପୁର : ପଦ୍ମପୁର ପୋଲିଂ ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ୫ ତାରିଖରେ ପଡିବ ପଦ୍ମପୁର ଭୋଟ୍ । ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂ ହେବ । ଆଜି ଡେସପାଚ୍ ହେବ ଇଭିଏମ୍ ବା ଭିଭିପାଟ୍ । ପୋଲିଂ ପାର୍ଟି ବି ବୁଥ୍ ଅଭିମୁଖେ ଯିବେ । ୩୧୯ ବୁଥରେ ମୋଟ ୨,୫୭,୪୭୪ ଭୋଟର କରିବେ ମତଦାନ । ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୯, ୪୯୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୨୭,୫୬୫ । ଏଥିରୁ ୩୪ଟି ବୁଥ୍ ମାଓପ୍ରବଣ ରହିଥିବା ବେଳେ ୭୮ଟି ବୁଥ୍ ସମ୍ୱେଦନଶୀଳ ବୋଲି ଜଣାପଡିଛି । ଭୋଟ୍ ଦିନ ୯ କମ୍ପାନୀ ସିଆରପିଏଫ୍ ନିୟୋଜିତ ହେବେ । ୫୦ ପ୍ରତିଶତ ବୁଥରେ ଓ୍ୱେବ କାଷ୍ଟ ହେବ । ୨ ଦିନ ତଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମପୁର ଗସ୍ତ କରି ବ୍ୟବସ୍ଥାର ସମୀକ୍ଷା କରିସାରିଛନ୍ତି । ତେବେ ସୁରୁଖୁରୁ ଓ ସ୍ୱଚ୍ଛ ଭୋଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ୮ତାରିଖରେ ନିର୍ବାଛନ ଫଳାଫଳ ପ୍ରକାଶ ପାଇବ ।
BREAKING NEWS
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- ଧୋନୀ କେବେ ଖେଳିବେ କହିଲେ ରିତୁରାଜ
- ବେଙ୍ଗାଲୁରୁ-ଦିଲ୍ଲୀ ଇଣ୍ଡିଗୋ ବିମାନରେ ବୋମା ଧମକ…
- ବିପୁଳ ପରିମାଣର କଫ୍ ସିରଫକୁ ଚାଲାଣ ବେଳେ ଜବତ, ୨ ଅଟକ
- Bengali actor Rahul death:ବଙ୍ଗୀୟ ଅଭିନେତା ରାହୁଲଙ୍କ ମୃତ୍ୟୁ ମାମଲା; ପତ୍ନୀ ୫ ଜଣଙ୍କ ବିରୋଧରେ ଏତଲା ଦେଲେ
- ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ: ପନ୍ତଙ୍କ ଅର୍ଦ୍ଧଶତକ
- ୧୪ ମ୍ୟାଚରେ ୬ ଥର ଶୂନରେ ଆଉଟ ହେଲେଣି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ
- Fuel crunch amid Iran war:ନେପାଳରେ ପେଟ୍ରୋଲିୟମ ଅଭାବ; ସରକାର ପ୍ରତି ସପ୍ତାହରେ ୨ ଦିନ ଛୁଟି କଲେ ଘୋଷଣା
Comments are closed.