Latest Odisha News

BREAKING NEWS

ପଦ୍ମପୁର ପାଇଁ ପ୍ରଚାରର ଶେଷ ଦିନରେ କମ୍ପିବ ମୈଦାନ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷ ଦିନ । ତେଣୁ ତିନି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ ପ୍ରତ୍ୟେକ ଦଳ ଶେଷ ପ୍ରୟାସ କରିବେ । ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶେଷ ଉଦ୍ୟମ କରିବେ ଦଳ । ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଜନସଭାକୁ ସେ ସମ୍ୱୋଧନ କରିବେ ।

ନଭେମ୍ୱର ୨୯ରୁ ଡିସେମ୍ୱର ୧ତାରିଖ ଯାଏଁ ଲଗାତାର ୩ ଦିନ ପଦ୍ମପୁରରେ ଡେରା ପକାଇ ପ୍ରଦୀପଙ୍କ ପାଇଁ ଭୋଟ୍ ଜୁଟାଇଥିଲେ ଧର୍ମେନ୍ଦ୍ର । ବିଜେଡି ପ୍ରାର୍ଥିନୀ ବର୍ଷାସିଂ ବରିହାଙ୍କୁ ଜିତାଇବା ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି କସରତ ଆରମ୍ଭ କରିଛନ୍ତି । ଗତକାଲି ସେ ପଦ୍ମପୁରର ତିନି ସ୍ଥାନରେ ଜନସଭାକୁ ସମ୍ୱୋଧନ କରି ବର୍ଷାଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ନବୀନ ତାଙ୍କ ଭାଷଣରେ ପଦ୍ମପୁରକୁ ୨୦୨୩ ସୁଦ୍ଧା ଜିଲ୍ଲା ମାନ୍ୟତା ଦେବାକୁ କହି ଭୋଟ ହାତେଇବାକୁ ଉଦ୍ୟମ କରିଛନ୍ତି । ଆଜି ଶେଷ ଦିନରେ ବି ପ୍ରଚାର ମୈଦାନ କମ୍ପିବ 

 

Leave A Reply

Your email address will not be published.