Latest Odisha News

BREAKING NEWS

ନବରଙ୍ଗପୁର ଡାବୁ ଗାଁରେ କାର୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ କାର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ହୋଇଛି । ଭାରସାମ୍ୟ ହରାଇ କାରଟି ଗଛକୁ ପିଟିଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ଓ  ଦୁଇ ଗୁରୁତରଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ କୋରାପୁଟରେ ଚିକିତ୍ସାଧୀନ ଅବସ୍ଥାରେ ପାପଡାହାଣ୍ଡି ଥାନା ପ୍ରଧାନୀଗୁଡାଗାଁର ଏମ.ଡି ଆନସାର ଖାଁଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ାର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍।

ଅନ୍ୟ ଜଣେ ଗୁରୁତର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି । ଗତକାଲି ରାତିରେ ହୁଣ୍ଡାଇ କ୍ରେଟା କାରରେ ସମସ୍ତେ ଉମରକୋଟରୁ ନବରଙ୍ଗପୁର ଆସୁଥିଲେ । ଡାବୁଗାଁଥାନା ଧାମାନାଗୁଡ଼ା ଗାଁ ନିକଟରେ ଥିବା ଏକ ବୁଲାଣିରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଥିଲା। ଖବରପାଇ ଡାବୁଗାଁପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତାରଙ୍କୁ ମେଡିକାଲ ପଠେଇଥିଲା, ଏବେ ଘଟଣାର ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.