ଜଗତସିଂହପୁର: ବନ୍ଧା ହେଲେ ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ । ଆମ ଗାଁ ଆମ ବିକାଶ ଯୋଜନାରେ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି । ରଘୁନାଥପୁର ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନା ଅନୁସାରେ, ଆମ ଗାଁ ଆମ ବିକାଶ ଯୋଜନା ସମ୍ପର୍କରେ ଆରଟିଆଇରେ ତଥ୍ୟ ମାଗିଥିଲେ ରେଢ଼ୁଆ ଗାଁର ଗୋବିନ୍ଦ ଓଝା । ଯେଉଁଥିରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଥିଲା । ଅର୍ଥ ହେରଫେର୍ ଜଣାପଡ଼ିବା ପରେ ସୂଚନା ଅଧିକାର କର୍ମୀ ଥାନାରେ ଗତ ଜୁଲାଇ ମାସରେ ଏତଲା ଦେଇଥିଲେ ।
ଗତ ନଭେମ୍ବର ୩୦ ତାରିଖରେ ରଘୁନାଥପୁର ବ୍ଲକର ସହକାରୀ ଯନ୍ତ୍ରୀ ଅମୀୟଚାନ୍ଦ ମଲ୍ଲିକ ଅବସର ଗ୍ରହଣ କରିଥିବା ବେଳେ ପୋଲିସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed.