Latest Odisha News

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ  । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ  । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ୟୁନିଫାଏଡ୍ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ଼ କରାଯାଇଥିଲା । ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍‌ ହୋଇଥିବା ସତ୍ତ୍ୱେ ଜଣେ କିପରି ଡ୍ରୋନ୍‌ ଉଡାଇଲେ । ଯାହାକୁ ନେଇ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଥିଲା ।

ଏନେଇ ୟୁନିଫାଏଡ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ନିଜର ସେହି ଭିଡିଓକୁ ଡିଲେଟ କରିବା ସହ ହାତଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି । କ୍ଷମା ମାଗିବା ସହ ଅଜ୍ଞାତରେ ଏପରି ଭୁଲ୍‌ କରିଛନ୍ତି ଏବଂ ସେ କୌଣସି ସଂସ୍ଥାକୁ ଏହି ଭିଡିଓ ଦେଇନାହାଁନ୍ତି ବୋଲି କହିଛନ୍ତି ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ।

Leave A Reply

Your email address will not be published.