Latest Odisha News

BREAKING NEWS

ବ୍ୟାଙ୍କ ଋଣ ଠକେଇ ମାମଲାରେ ଭୂଷଣ ଷ୍ଟିଲର ପୂର୍ବତନ ଚେୟାରମ୍ୟାନ ସଞ୍ଜୟ ସିଂହଲ ଗିରଫ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଓ ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ଭୂଷଣ ଷ୍ଟିଲ ଏଣ୍ଟ ପାୱାର ( ବିପିଏସଏଲ)ର ପୂର୍ବତନ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମଡି) ସଞ୍ଜୟ ସିଂହଲଙ୍କୁ ଗିରଫ କରିଛି।

ଘଟଣା ସହ ସମ୍ପୃକ୍ତି ନେଇ ଅନେକ ସମୟର ପଚରାଉଚରା ପରେ ସିଂହଲଙ୍କୁ ମନିଲଣ୍ଡରିଂ ନିବାରଣ ଅଧିନିୟମ (ପିଏମଏଲଏ) ଆଇନରେ ଇଡି ଗିରଫ କରିଛନ୍ତି ।

ଶନିବାର ତାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ପଚରା ଉଚରା ନିମନ୍ତେ ତାଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ ନିବେଦନ କରାଯିବ ବୋଲି ଅଧିକାରୀ କହିଛନ୍ତି।

ନିକଟରେ ଇଡି ବିପିସିଏଲର ୪ହଜାର ୨୫କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ବ୍ୟାଙ୍କ ଋଣ ଠକେଇ ମାମଲାରେ ସିଂହଲ ସହଯୋଗ ନ କରିବାରୁ ତାଙ୍କୁ ଗିରଫ କରିବା ଲାଗି ପଦକ୍ଷେପ ନିଆଯାଇଥିଲା।

ସିଂହଲ କମ୍ପାନୀର ସିଏମଡି ଥିବା ବେଳେ ସେ ନିଜେ ଓ ତାଙ୍କ ପରିବାର ଲୋକେ ବିପିଏସଏଲରେ ୬୯୫.୧୪କୋଟି ଟଙ୍କା ପୁଞ୍ଜିନିବେଶ କରିଥିଲେ। ଏହା ଉପରେ ବ୍ୟାଙ୍କମାନଙ୍କରୁ ଆଣିଥିବା ଋଣକୁ ପରିବର୍ତ୍ତିତ କରି ଦୀର୍ଘକାଳୀନ ପୁଞ୍ଜିରେ ପରିଣତ କରିଥିଲେ। ହେଲେ ବ୍ୟାଙ୍କ ଋଣ ଫେରାଇବା ଲାଗି କୌଣସି ପଦକ୍ଷେପ ନେଇନଥିଲେ।ସିଂଘଲ ୨୦୦୭ ରୁ ୨୦୧୪ ମସିହା ମଧ୍ୟରେ ଦେଶର ୩୩ଟି ବ୍ୟାଙ୍କରୁ ୪୭ ହଜାର ୨୦୪କୋଟି ଟଙ୍କା ଋଣ ନେଇଥିଲେ।

Leave A Reply

Your email address will not be published.