Latest Odisha News

BREAKING NEWS

Justice for cops: ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇବେ; ଏହି ଦିନ ଜନ୍ତର ମନ୍ତର ଠାରେ କରିବେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ:ଜୁଲାଇ ୨୦ ତାରିଖରେ ସିଜେପି (CJP)ର ସଂସଦ ଅଭିମୁଖେ ଶୋଭାଯାତ୍ରା ସମୟରେ ପୋଲିସ୍ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ବିରୋଧ କରିବା ପାଇଁ ଅବସରପ୍ରାପ୍ତ ଦିଲ୍ଲୀ ପୋଲିସ୍ ଅଧିକାରୀମାନେ ଜୁଲାଇ ୩୧ ତାରିଖରେ ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ପୋଲିସ୍ ଫେଡେରେସନ୍ ଜୁଲାଇ ୩୧ ତାରିଖ ଦିନ ସକାଳ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଦିନିକିଆ ଧାରଣା ଦେବା ପାଇଁ ଅନୁମତି ଲୋଡ଼ି ଦିଲ୍ଲୀ ପୋଲିସ୍ କମିଶନର ଅନୁରାଗ କୁମାରଙ୍କୁ ଚିଠି ଲେଖିଛି। ଫେଡେରେସନ୍ ଜଣାଇଛି ଯେ ଜନ୍ତର ମନ୍ତରରେ କର୍ତ୍ତବ୍ୟରତ ଥିବା ସମୟରେ ୧୦୦ରୁ ଅଧିକ ପୋଲିସ୍ ଓ ଅର୍ଦ୍ଧ-ସାମରିକ ବାହିନୀର କର୍ମଚାରୀ ଆହତ ହୋଇଥିଲେ।

ଜୁଲାଇ ୨୦ ତାରିଖରେ ସିଜେଏପି (CJAP) ପକ୍ଷରୁ ସଂସଦ ଅଭିମୁଖେ କରାଯାଇଥିବା ଶୋଭାଯାତ୍ରା ସମୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ (tear gas) ପ୍ରୟୋଗ କରିବାକୁ ପଡ଼ିଥିଲା। ପୋଲିସର ଅଭିଯୋଗ ଯେ, କିଛି ଅସାମାଜିକ ତତ୍ତ୍ୱ ଆନ୍ଦୋଳନକାରୀଙ୍କ ମଧ୍ୟରେ ମିଶି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ; ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ସୁରକ୍ଷାକର୍ମୀଙ୍କ ବିରୋଧରେ ଅତ୍ୟାଚାରର ଅଭିଯୋଗ ଆଣିଛନ୍ତି।

ଦିଲ୍ଲୀ ପୋଲିସ ଫେଡେରେସନ ଏହାର ଆବେଦନରେ କହିଛି ଯେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏବଂ ଆଇନ ପାଳନକାରୀ ନାଗରିକଙ୍କ ପକ୍ଷରୁ ଏହି ଧାରଣା ଆୟୋଜିତ ହେଉଛି ଏବଂ ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ଅହିଂସାମୂଳକ ଭାବରେ ପରିଚାଳିତ ହେବ। ଏହା ଆଇନ ଶୃଙ୍ଖଳା ବଜାୟ ରଖିବା ସମୟରେ ପୋଲିସ ବାହିନୀ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଉଜ୍ଜ୍ୱଳ କରିବ।

Leave A Reply

Your email address will not be published.