Latest Odisha News

BREAKING NEWS

ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢିବେ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପଦ୍ମ ଧରିବେ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର । ଏନେଇ ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇଛନ୍ତି ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର । ଆଜି ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ବିଜେପିରେ ଯୋଗଦେବେ ପ୍ରକାଶ । ବିଜେପିରେ ଯୋଗଦେବା ପରେ କଟକ ଲୋକସଭା ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିପାରିଛି ।

ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ହେଉଛନ୍ତି ଦ୍ୱିତୀୟ ଚର୍ଚ୍ଚିତ ସରକାରୀ ଅଫିସର । ଯିଏକିି ପଦ୍ମ ପୋଖରୀକୁ ଲମ୍ଫ ପ୍ରଦାନ କରିଛନ୍ତି ।

୨୦୧୪ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାର ପୋଲିସ ଡ଼ିଜି ଥିଲେ ପ୍ରକାଶ କୁମାର ମିଶ୍ର । ଏଥର ସାଧାରଣ ନିର୍ବାଚନରେ କିନ୍ତୁ ସେ ବିଜେପିର ଲୋକସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି ।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ନାମ ଘୋଷିତ ହୋଇସାରିଥିବା ବେଳେ ଏବେ କଟକ ଲୋକସଭା ଆସନ ଲାଗି ପ୍ରକାଶଙ୍କ ନାମକୁ କେବଳ ଅପେକ୍ଷା ରହିଛି । ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିବା ପରେ ବିଜେପି ପକ୍ଷରୁ ତାଙ୍କର ଦଳରେ ମିଶ୍ରଣ ନେଇ ବିଧିବଦ୍ଧ ଭାବେ ଘୋଷଣା ହେବ ।

Leave A Reply

Your email address will not be published.