Latest Odisha News

୨୧ରୁ ୨୧ ଶଙ୍ଖ ବାଜିବ: ନବୀନ

ଭୁବନେଶ୍ୱର : ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ଆସନ ଆମେ ଜିତିବୁ । ୨୧ଟି ଲୋକସଭା ଆସନ ବିଜେଡି ହାତକୁ ଯିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୟାଗଡ ଠାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବା ଅବସରରେ ଦୃଢତାର ସହ ଏପରି କହିଛନ୍ତି ନବୀନ ।

ଚଳିତ ନିର୍ବାଚନରେ କେନ୍ଦ୍ରରେ କୌଣସି ଦଳ ବହୁମତ ହାସଲ କରିବେ ନାହିଁ । ତେଣୁ କେନ୍ଦ୍ରରେ ସରକାର ଗଠନରେ ବିଜେଡିର ଏକ ପ୍ରମୁଖ ଭୂମିକା ରହିବ ବୋଲି ସେ କହିଛନ୍ତି । ନୟାଗଡ ନିର୍ବାଚନୀ ସଭାରେ ନବୀନ କହିଛନ୍ତି ଯେ ବିଜେଡିର ରିମୋଟ୍ କଣ୍ଟ୍ରୋଲ ଓଡିଶା ହାତରେ ଅଛି, ଏଣୁ ଆମେ ସଫଳତା ପାଇବୁ ବୋଲି ନୟାଗଡ ଠାରେ ନିଜର ପ୍ରଥମ ନିର୍ବାଚନୀ ସଭାରେ ଏପରି କହିଛନ୍ତି ।

Leave A Reply

Your email address will not be published.