Latest Odisha News

କଂଗ୍ରେସରେ ଯୋଗ ଦେଇପାରନ୍ତି ବିଜେପି ଛାଡ଼ିଥିବା କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ

ବେଙ୍ଗାଲୁରୁ: ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି। ଆଜି ସେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ଓ ଦଳର ବରିଷ୍ଠ ନେତା ସିଦ୍ଧରମେୟା ଭେଟିଛନ୍ତି। ବେଙ୍ଗାଲୁରୁ ସ୍ଥିତ ସିଦ୍ଧରମେୟାଙ୍କ ବାସଭବନରେ ଏହି ବୈଠକ ହୋଇଥିଲା। ଏଥିରେ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ବି ଉପସ୍ଥିତ ଥିଲେ।

ସାବଦୀ ଖୁବଶୀଘ୍ର କଂଗ୍ରେସର ଯୋଗ ଦେଇପାରନ୍ତି। ଖାଲି ଘୋଷଣା ବାକି ରହିଛି ବୋଲି କୁହାଯାଉଛି। ମାର୍ଚ୍ଚ ୧୦ ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜେପି ସାବଦୀଙ୍କୁ ଟିକେଟ୍ ଦେଇ ନଥିଲା। ଏଥିପାଇଁ ସେବଦୀ ଅସନ୍ତୋଷ ପ୍ରକାଶ କରିବା ସହ ଏଫ୍ରିଲ ୧୨ ତାରିଖରେ ଦଳରୁ ଇସ୍ତଫା ଦେଇଥିଲେ।


ସୂଚନା ଥାଉକି ଏପ୍ରିଲ ୧୧ ତାରିଖରେ ରାତିରେ ବିଜେପି କର୍ଣ୍ଣାଟକ ନିର୍ବାଚନ ପାଇଁ ୧୮୯ ଜଣ ପ୍ରାର୍ଥି ତାଲିକା ଘୋଷଣା କରିଥିଲା। ଏଥିରେ ଲକ୍ଷ୍ମଣ ସାବଦୀଙ୍କୁ ଟିକେଟ୍ ମିଳି ନଥିଲା। ସେ ଅଥାନୀ ନିର୍ବାଚନ ମଣ୍ଡଳୀରେ ଲଢିବାକୁ ଚାହୁଁଥିଲେ ବି ତାଙ୍କ ଟିକେଟ୍ କଟାଯାଇଥିଲା। ଏଥିରେ  ଅନେକ ବିଜେପି ବିଧାୟକଙ୍କୁ ବାଦ୍ ଦେଇ କଂଗ୍ରେସରୁ ଆସିଥିବା ବିଧାୟକଙ୍କୁ ଟିକେଟ୍ ଦିଆଯାଇଛି। ଯାହାକୁ ନେଇ ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଘୋଷଣା ହୋଇଥିବା ୧୮୯ ପ୍ରାର୍ଥିଙ୍କ ମଧ୍ୟରୁ ୫୨ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି। ସେଥିରୁ ୩୨ ଜଣ ପଛୁଆ ବର୍ଗର ହୋଇଥିବା ବେଳେ ୩୦ ଜଣ ଅନୁସୂଚିତ ଜାତି ଓ ୧୬ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥି ରହିଛନ୍ତି। ସେହିପରି ଶିକ୍ଷାଗତ ଯୋଗ୍ୟତା କଥା ଯଦି ଦେଖିବା ଘୋଷିତ ପ୍ରାର୍ଥିଙ୍କ ମଧ୍ୟରୁ ୩୧ ଜଣ ପିଏଚ୍‌ଡି କରିଥିବା ୩୧ ଜଣ ପିଜି କରିଛନ୍ତି। ସେହିପରି ବିଜେପି ଦ୍ୱୀତୟ ପର୍ଯ୍ୟାରେ ୨୧ ପ୍ରାର୍ଥି ନାଁ ଘୋଷଣା କରିଥିବା ବେଳେ ତୃତୀୟରେ ୧୨ ଜଣଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ମିଳିଛି।

Comments are closed.