Latest Odisha News

ଓଡ଼ିଶାରେ ଆବାସ ବିକାଶ ପାଇଁ ୟୁପିଏ ଦେଇଥିଲା ୨୬ କୋଟି, ମୋଦି ସରକାରରେ ୧ ଲକ୍ଷ କୋଟି

ଭୁବନେଶ୍ୱର: ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ । ଆବାସ ନିୟମରେ କାଣ୍ଟଛାଣ୍ଟ କରି ମୋଦି ସରକାର ଗରିବଙ୍କୁ ଘର ଦେବାକୁ ଚାହୁଁଛନ୍ତି । ଏ ଯାଏ ୩୮ ଲକ୍ଷ ଆବାସ ଗରିବକୁ କେନ୍ଦ୍ର ସରକାର ଯୋଗାଇଛନ୍ତି  ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହ ।

BjdElectrycity

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହ । ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ପ୍ରକ୍ରିୟାକୁ ନେଇ କ୍ଷୋ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।  ସେ କହିଛନ୍ତି, ଓଡ଼ଶାର ବିକାଶ ପାଇଁ ନରେନ୍ଦ୍ର ମୋଦି ଚାହୁଁଛନ୍ତି । ୟୁପିଏ ସରକାର ସମୟରେ ତାଙ୍କ ବିଭାଗକୁ ଓଡ଼ିଶା ପାଇଁ ମାତ୍ର ୨୬ ହଜାର କୋଟି ମିଳିଥିବାବେଳେ ମୋଦି ସରକାରଙ୍କ ସମୟରେ ୧ ଲକ୍ଷ କୋଟି ମିଳିଛି ।

ସେତିକି ନୁହେଁ, ନିୟମ କୋହଳ କରି ସେ ଓଡ଼ିଶାକୁ ୩୮ ଲକ୍ଷ ଆବାସ ଯୋଗାଇଛନ୍ତି । ଯଦି ଏହି ଆବାସ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ନ ଥିବା ଅଭିଯୋଗ ଆସେ ତେବେ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ  ।

ଓଡ଼ିଶା ଏକ ଶାନ୍ତ ଏବଂ ସଂସ୍କୃତି ସମ୍ପନ୍ନ ରାଜ୍ୟ । ହେଲେ ଏବେ କଠୋରପନ୍ଥୀମାନେ ମୁଣ୍ଡ ଟେକୁଛନ୍ତି । ସେଥିପାଇଁ ରାଜ୍ୟରେ ହନୁମାନ ଜୟନ୍ତୀ ଏବଂ ରାମନବମୀ ପରି ପର୍ବପର୍ବାଣୀରେ ପଥର ଫିଙ୍ଗା ପରି ଘଟଣା ଦେଖିବାକୁ ମିଳୁଛି । ଏହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ କି ଦେଶବାସୀ ଗ୍ରହଣ କରିବେ ନାହିଁ ।

Leave A Reply

Your email address will not be published.