Latest Odisha News

BREAKING NEWS

ବିଜେଡ଼ି ଛାଡ଼ିଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ଯାଜପୁର ଆସନରୁ ୨ଥର ସାଂସଦ ଥିବା ମୋହନ ଜେନା ବିଜେଡ଼ିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ମୋହନ ଜେନା କହଛନ୍ତି, ସେ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି ।

ସେ ଯାଜପୁର ଲୋକସଭା ଆସନରୁ ବିଜେଡ଼ି ଟିକଟରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିଲେ । ଦଳ ପକ୍ଷରୁ ତାଙ୍କୁ ଟିକଟ ନମିଳିବାରୁ ସେ ଦଳରୁ ଇସ୍ତଫା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ଅନ୍ୟକେଉଁ ଦଳରେ ଯୋଗଦାନ କରିବାର ଯୋଜନା ରହିଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସେ ତାଙ୍କର ସମର୍ଥକ ଏବଂ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସହିତ ଆଲୋଚନା ପରେ ଯାହାକିଛି ନିଷ୍ପତ୍ତି ଗ୍ରହଣ କରିବେ ।

ଶ୍ରୀ ଜେନା ୨୦୦୪ ଏବଂ ୨୦୦୯ ନିର୍ବାଚନରେ ଯାଜପୁର ଆସନରୁ ବିଜେଡ଼ି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ୨୦୧୪ ମସିହାରେ ରୀତା ତରାଇଙ୍କୁ ଦଳ ପ୍ରାର୍ଥୀ ରୂପେ ଚୟନ କରିଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, ଏଥର ଶାସକ ବିଜେଡ଼ି ପକ୍ଷରୁ ଯାଜପୁର ଲୋକସଭା ଆସନ ଲାଗି ସସ୍ମିତା ସେଠୀଙ୍କୁ ପ୍ରାର୍ଥୀ ରୂପେ ଚୟନ କରାଯାଇଛି ।

Leave A Reply

Your email address will not be published.