Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ନବ ଦାସ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ନେତା ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।

କଂଗ୍ରେସର ଏହି ପୂର୍ବତନ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ସାମିଲ ହୋଇଛନ୍ତି ।

ନବ ଦାସଙ୍କ ସମେତ ୮ ଜଣ କଂଗ୍ରେସ ନେତା, ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ୫ଟି ବ୍ଲକ୍ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଜାନୁଆରୀ ୧୬ ତାରିଖରେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ଓ ଓଡିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି)ର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଇଚ୍ଛାନୁଯାୟୀ ସେ ଦଳ ଛାଡିଛନ୍ତି ବୋଲି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ତାଙ୍କର ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଥିଲେ । ଏଥିସହିତ “ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣମାନେ ଏହି ଅଞ୍ଚଳର ବିକାଶ ନିମନ୍ତେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଇ ଏବଂ ୨୦୧୯ ନିର୍ବାଚନ ବିଜେଡି ଟିକେଟରୁ ଲଢେ ବୋଲି ସେମାନେ ଚାହୁଁଛନ୍ତି” ବୋଲି ସେ ଉଲ୍ଲେଖ କରିଥିଲେ।

Comments are closed.