Latest Odisha News

BREAKING NEWS

ମନି ଲଣ୍ଡରିଂ ମାମଲା; ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ୧୨ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିବା ପରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନା ଅନୁଯାୟୀ ଏକାଧିକ ସମନ ପରେ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହୋଇଥିଲେ ଅନିଲ ଦେଶମୁଖଙ୍କୁ ଜେରା ବେଳେ ସେ “ସହଯୋଗ କରୁନଥିବା” ହେତୁ ତାଙ୍କୁ ଗିରଫ କରାଯାଇଥିଲା।

ତାଙ୍କୁ ଗିରଫ କରିବା ପୂର୍ବରୁ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା ୭୧ ବର୍ଷୀୟ ରାଜନେତାଙ୍କ ବିବୃତ୍ତି ରେକର୍ଡ କରିଥିଲା।

୧୦୦ କୋଟି ଟଙ୍କା ଚୋରା ଚାଲାଣ ରାକେଟ୍‌ ସଂପର୍କରେ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଏକ ତଦନ୍ତ କରୁଛି।

Leave A Reply

Your email address will not be published.