Latest Odisha News

ଆଜିଠାରୁ ‘ହର ଘର ଦସ୍ତକ’ ଅଭିଯାନ

ଭୁୁବନେଶ୍ୱର:ଟିକାକରଣ ଅଭିଯାନକୁ ବୃଦ୍ଧି କରିବା ପାଇଁ ଆଜିଠାରୁ ହର ଘର ଦସ୍ତକ ଅଭିଯାନ ଆରମ୍ଭ ହେବ। କରୋନା ମହାମାରୀକୁ ହରାଇବା ନେଇ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଘରକୁ ଘର ଯିବେ ସ୍ୱାସ୍ଥ୍ୟ କର୍ମୀ। ପରିବାରର କେଉଁ କେଉଁ ସଦସ୍ୟ ଟିକା ନେଇ ନାହାନ୍ତି। ଯଦି ନେଇଛନ୍ତି ଉଭୟ ଡ଼ୋଜ୍ ନା କେବଳ ପ୍ରଥମ ଡ଼ୋଜ ନେଇ ରହିଯାଇଛନ୍ତି। ଏନେଇ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ।

BjdElectrycity

ରାଜ୍ୟରେ ଏବେବି ୩୦ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡ଼ୋଜ୍ ଟିକା ନେଇ ନଥିବା ସୂଚନା ମିଳିଛି। ସେମାନଙ୍କ ସମୟ ହୋଇଯାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଟିକା ନେବାକୁ ଆସୁନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩କୋଟି ୭୨ହଜାର ଡ଼ୋଜ୍ ଟିକା ରାଜ୍ୟରେ ଦିଆଯାଇସାରିଲାଣି। ୨କୋଟି ୫୭ଲକ୍ଷ ଲୋକଙ୍କୁ ପ୍ରଥମ ଡ଼ୋଜ୍ ଦିଆଯାଇଛି। ୧କୋଟି ୧୫ଲକ୍ଷ ଉଭୟ ଡ଼ୋଜ୍ ନେଇ ସାରିଛନ୍ତି।

ତେବେ ହର ଘର ଦସ୍ତକ ଅଭିଯାନ ଆରମ୍ଭ ହେଲେ ରାଜ୍ୟରେ ଟିକାକରଣ ବଢ଼ିବ। ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡ଼ିସେମ୍ବର ସୁଦ୍ଧା ଗୋଟିଏ ଡ଼ୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ବଡ଼ ବଡ଼ ଗାଁରେ ଟିକାକରଣ କେନ୍ଦ୍ର ଖୋଲାଯିବ। ପୂର୍ବରୁ ୩.୦୯କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୩.୨୫କୋଟିକୁ ବୃଦ୍ଧି ପାଇଛି। କିଛି ଦିନ ହେବ ରାଜ୍ୟରେ ଦୈନିକ ଟିକାକରଣ ୩ ଲକ୍ଷ ପାର୍ କରିନାହିଁ। ଏପଟେ ରାଜ୍ୟ ସରକାର ଦୈନିକ ୪.୧୩ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.