ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ ବୋଲି ନୁହନ୍ତି ପୂର୍ବତନ ଜିଲ୍ଲା ସଭାପତି ଭାବେ କଂଗ୍ରେସରେ କାର୍ଯ୍ୟରତ ଥିବା ସରୋଜ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହି ଦୁଇ ନେତାଙ୍କୁ ଅନୁସରଣ କରି ଦଳର ଅନ୍ୟ ନେତା ଓ କର୍ମୀମାନେ ମଧ୍ୟ ହାତ ଦଳର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ନବୀନ ଚନ୍ଦ୍ର ନାରାୟଣ ଦାସ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ତତକାଳୀନ କଂଗ୍ରେସ ସରକାରରେ ପଞ୍ଚାୟତ ରାଜ, ବାଣିଜ୍ୟ ଓ ପରିବହନ ଏବଂ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଥିଲେ। ନିକଟରେ କେନ୍ଦ୍ରପଡ଼ାର ଚର୍ଚ୍ଚିତ ରାଜନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ହାତ ଛାଡ଼ିଥିଲେ। ପରେ ବିଧିବଦ୍ଧ ଭାବେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।
BREAKING NEWS
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଏହି ଦିନ ରିଲିଜ ହେବ “ମାଳିପୁଟ ମେଲୋଡିଜ୍”;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା
- ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ
- ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି
- ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ

Comments are closed.