Latest Odisha News

ବିଜେଡି ଇସ୍ତାହାରରେ ରହିଛି ବାସ୍ତବତା: ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହାରରେ ତାଙ୍କ ଦଳ ଯର୍ଥାର୍ଥତା ପ୍ରତିପାଦନ କରିଛି ବୋଲି ଗୁରୁବାର ଦିନ ଦାବି କରିଛନ୍ତି ।

“ଅନ୍ୟ ରାଜନୈତିକ ଦଳ ଠାରୁ ଆମ ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟ ଦଳମାନେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରଲୋଭନକାରୀ ପ୍ରତିଶ୍ରୁତି ଦେଇଥାନ୍ତି । ସେଭଳି ବିଜେଡି କୌଣସି ଅବାସ୍ତବ ପ୍ରତିଶ୍ରୁତି ଦେଇନଥାଏ । ବିଜୁ ଜନତା ଦଳ ଇସ୍ତାହାରରେ ଯାହା ଦିଏ ତାହାକୁ ହିଁ କାର୍ଯ୍ୟରେ ପରିଣତ କରିଥାଏ” ବୋଲି ଦଳ ପକ୍ଷରୁ ଆୟୋଜିତ ଇସ୍ତାହାର ପ୍ରସ୍ତୁତି ବୈଠକ ପରେ ଶ୍ରୀଯୁକ୍ତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳ ପକ୍ଷରୁ ମାର୍ଚ୍ଚ ୨୩ ତାରିଖରେ ଅନ୍ତିମ ବୈଠକ ଅନୁଷ୍ଠିତ କରାଯିବ, ଯେଉଁଥିରେ ଇସ୍ତାହାରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ।

ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେପି ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ବ କରୁଥିବା ପ୍ରଶ୍ୱର ଉତ୍ତରରେ ସେ କହିଛନ୍ତି ବିଜେଡିରୁ ଦଳ ପରିତ୍ୟାଗ କରୁଥିବା ନେତାମାନଙ୍କୁ ଗୈରିକ ଦଳ ବିଜେପି ନିଜ ଦଳରେ ସାମିଲ କରୁଛି । ଯଦି ବିଜେଡି ଗୁପ୍ତଭାବେ ପ୍ରାର୍ଥୀ ଚୟନ ବା ଘୋଷଣା କରେ ତେବେ ବିଜେପି ନିର୍ବାଚନ ଲାଗି ପ୍ରାର୍ଥୀ ପାଇବ ନାହିଁ କି ଲଢିପାରିବ ନାହିଁ ।

ଏବେ ଦଳ ପରିତ୍ୟାଗ କରୁଥିବା ବିଜେଡ ନେତା ଦଳ ପାଇଁ କ୍ଷତିକାରକ ହେବେ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଲୋକମାନେ ନବୀନଙ୍କୁ ଯେଯାଏଁ ଭଲ ପାଉଛନ୍ତି ସେ ଯାଏଁ ଦଳର କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

Leave A Reply

Your email address will not be published.