Latest Odisha News

ଜାମିନ ନାମଞ୍ଜୁର ହେବା ପରେ ବିଚାର ବିଭାଗୀୟ ହାଜତରେ ଆଶୀର୍ବାଦ ବେହେରା

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ତାଙ୍କର କଟକ ବାସଭବନରୁ ଗିରଫ କରିବାର ଘଣ୍ଟାକ ପରେ ରିମାଣ୍ଡରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

ସିବିଆଇର ଏକ ଟିମ୍ ଶ୍ରୀ ବେହେରା ଏବଂ ହୋଟେଲ୍ ସୋଲାନ ଇନ୍ ର ମାଲିକ କମଳାକାନ୍ତ ଦାସଙ୍କୁ ଗିରଫ କରିବା ପରେ ପଚରାଉଚରା ଲାଗି ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ନେଇଥିଲା । ପରେ ଦୁହିଁଙ୍କୁ ସ୍ପେଶାଲ୍ ଚିଫ୍ ଜୁଡ଼ିସିିଆଲ୍ ମାଜିଷ୍ଟ୍ରେଟ (ସିଜେଏମ)ଙ୍କୁ ନିକଟରେ ହାଜର କରାଯାଇଥିଲା । ସିବିଆଇ ପକ୍ଷରୁ ଏହି ଦଇଜଣଙ୍କର ଡ଼ାକ୍ତରୀ ପରୀକ୍ଷା ମଧ୍ୟ ହୋଇଛି ।

ଅଦାଲତରେ ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା । ପରେ ଏହି ଦୁଇଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଅଧିକ ପଢନ୍ତୁ: ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

ପ୍ରାପ୍ତ ସୂଚନାନୁଯାୟୀ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସିବିଆଇର ୧୨ ଜଣିଆ ଟିମ୍ ତାଙ୍କ ଘରେ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଓସିଏ ନିର୍ବାଚନ ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୨୦ । ଏହାବ୍ୟତିତ ସେପ୍ଟେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୨୨ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ କାର୍ଯ୍ୟକାରୀ ସମିତିର ସିଇଓଙ୍କ ନିର୍ଦ୍ଦେଶାନୁସାରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ, ଯୁଗ୍ମ ସଚିବ, କୋଷାଧ୍ୟକ୍ଷ ଓ ଓସିଏ ପରିଷଦର ସଦସ୍ୟ ପଦ ଲାଗି ନିର୍ବାଚିତ ହେବ ।

Leave A Reply

Your email address will not be published.