Latest Odisha News

BREAKING NEWS

ଜାଣନ୍ତୁ, ‘ଟମାଟୋ’ର ଚମତ୍କାରୀ ଉପକାରିତା ବିଷୟରେ

ଭୁବନେଶ୍ୱର: ଭାରତୀୟ ବ୍ୟଞ୍ଜନରେ ଟମାଟୋର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଟମାଟୋ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ସତେ ଯେପରି ଅସମ୍ଭବ। ଖାଲି ପାଟି ସୁଆଦିଆ ନୁହେଁ ଏହାର ଅନେକ ଗୁଣକାରୀ ତତ୍ତ୍ୱ ମଧ୍ୟ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଟମାଟୋ ଖାଦ୍ୟ ପଦାର୍ଥରେ ଯେତିକି ଉପକାରୀ ରୋଗ ପାଇଁ ମଧ୍ୟ ସେତିକି ଦରକାରୀ।

ଟମାଟରରେ ଭରପୂର ମାତ୍ରାରେ କ୍ୟାଲସିୟମ, ଫସଫରସ ଏବଂ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ ଟମାଟର ବେଶ୍‌ ସହାୟକ ହୋଇଥାଏ।

ଟମାଟରରେ ଅଧିକ ମାତ୍ରାରେ ଭିଟାମିନ ଏ ରହିଛି, ଯାହା ଆଖିକୁ ଫାଇଦା ଦେଇଥାଏ ।

ଟମାଟର ଖାଇବା ଦ୍ୱାରା ପାଚନ ଶକ୍ତି ବଢିବା ସହ ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଡାକ୍ତରଙ୍କ କହିବାନୁସାରେ, ଟମାଟର ନିୟମିତ ଭାବେ ଖାଇବା ଯୋଗୁଁ ଶ୍ୱାସନଳୀ ବିଲକୁଲ୍‌ ସଫା ରହିଥାଏ। ଏହାଛଡା କାଶ ଭଲ ହୋଇଥାଏ।

ଗର୍ଭବତୀ ମହିଳା ପ୍ରତିଦିନ ସକାଳେ ଏକ ଗ୍ଲାସ ଟମାଟର ରସ ପିଇବା ବେଶ୍‌ ଫାଇଦା ଦେଇଥାଏ।

ଟମାଟର ଖାଇବା ଦ୍ୱାରା କ୍ୟାନସର ଏବଂ ମଧୁମେହ ରୋଗୀ ପାଇଁ ଉପଯୋଗୀ।

Leave A Reply

Your email address will not be published.