Latest Odisha News

BREAKING NEWS

ଓଡିଶା ବିପକ୍ଷରେ ସୁରଜଙ୍କ ଶତକ, ଝାଡଖଣ୍ଡ ୩୫୫/୯

କଟକ: ଓଡିଶା ବିପକ୍ଷ ଗ୍ରୁପ ସି’ ରଣଜୀ ଟ୍ରଫି ଏଲିଟ ଗ୍ରୁପ ମ୍ୟାଚରେ ସୁରଜ କୁମାରଙ୍କ ଶତକ ଯୋଗୁ ଝାଡଖଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତନ କରିବାରେ ସଫଳ ହୋଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୩୬ ରନ ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଝାଡଖଣ୍ଡ ୯ ଉଇକେଟ ବିନିମୟରେ ୩୫୫ ରନ କରିଛି ।

ସୁରଜ କୁମାର ୧୦୭ ରନର ଇନିଂସ ଖେଳିଥିଲେ । ଦଳ ଏବେ ବି ଓଡିଶା ସ୍କୋରଠାରୁ ୮୧ ରନ ପଛରେ ରହିଛି । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଏବଂ ବସନ୍ତ ମହାନ୍ତି ୨ଟି ଉଇକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.