Latest Odisha News

ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ ସମ୍ବଲପୁର ଉନ୍ନୟନ କର୍ତ୍ତୁପକ୍ଷର ପୂର୍ବତନ ପ୍ଲାନିଂ ମେମ୍ବର । ସକାଳୁ ସକାଳୁ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘରେ ରେଡ୍ କରାଯାଉଛି । ଜୁନିଅର୍ କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ବି ଚଢାଉ ଜାରି ରହିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ଚଢାଉ କରାଯାଉଛି । ଭୁବନେଶ୍ବର , ସମ୍ବଲପୁର , ଅନୁଗୁଳ , ମୟୁରଭଞ୍ଜର ୯ଟି ସ୍ଥାନରେ ଚଢାଉ ଚାଲିଛି । ସେପ୍ଟେମ୍ବର ମାସରେ ଉଭୟଙ୍କୁ ସମ୍ବଲପୁର ପୋଲିସ ଗିରଫ କରିଥିଲା । ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରି ଗିରଫ ହୋଇଥିଲେ ।

Leave A Reply

Your email address will not be published.