Latest Odisha News

BREAKING NEWS

୧୦ ଡିଗ୍ରୀ ତଳେ ୧୦ସହର : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ଜାଡରେ ଥରୁଛି ସାରା ଓଡିଶା । ଅସହ୍ୟ ଶୀତ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଇଛି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଇଁ ହେଉଛି ତ କିଏ ବ୍ୟାୟାମ କରୁଛି । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ପରିଲକ୍ଷିତ ହେଉଛି । ୧୦ ଡିଗ୍ରୀ ତଳେ ରହିଛି ୧୦ ସହର  । ୬.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି ।

କିରେଇ ୭, ଫୁଲବାଣୀ ୮.୫ , କୋରାପୁଟ ୮.୭ , କେନ୍ଦୁଝର ୮.୮ , ସୁନ୍ଦରଗଡରେ ୯ , ଝାରସୁଗୁଡାରେ ୯.୨ , ଦାରିଙ୍ଗବାଡିରେ ୯.୫ , ଅନୁଗୁଳ ଓ ରାଉରକେଲାରେ ୯.୬ ଡିଗ୍ରୀ , କଟକରେ ୧୩.୫  ଓ ଭୁବନେଶ୍ବରରେ ରାତି ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ ହୋଇଛି । ଘନ କୁହୁଡ଼ି ଏତେ ମାତ୍ରାରେ ପଡ଼ିଛି ଯେ ୧୦ ମିଟର ବ୍ୟବଧାନରେ ବି ରାସ୍ତା ଦେଖାଯାଉନଥିବା ପରିସ୍ଥିତିି ସୃଷ୍ଟି ହୋଇଛି । ଜିଲ୍ଲାର ସୁନାବେଡ଼ା, ସିମିଳିଗୁଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି ।

 

 

Leave A Reply

Your email address will not be published.