Latest Odisha News

BREAKING NEWS

ଭାରତୀୟ ଏୟାରପୋର୍ଟରୁ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ

ଡେରାଡୁନ: ଭାରତରେ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ । ଡେରାଡୁନ ଏୟାର ପୋର୍ଟରୁ ଦିନ ତାଙ୍କୁ ଗିରଫ କରାଯାଇଛି । ରୁଷ ମନ୍ତ୍ରୀ ବିକ୍ଟର ସେମେନୋବ ରବିବାର ସନ୍ଧ୍ୟାରେ ଯଥେଷ୍ଟ ପ୍ରମାଣ ପତ୍ର ନ ଦେଇ ଏକ ସାଟେଲାଇଟ ଫୋନ ନେଇ ଏୟାରପୋର୍ଟ ଯାଇଥିବାରୁ  ତାଙ୍କୁ ଗିରଫ କରାଯାଇଛି । ଅନୁମତି ନ ଥାଇ ଏୟାରପୋର୍ଟ କିମ୍ବା ଫ୍ଲାଇଟକୁ ସାଟେଲାଇଟ ଫୋନ ନେବା ବେଆଇନ ଅଟେ ।  ୬୦ ବର୍ଷୀୟ ବିକ୍ଟର ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ରୁଷର କୃଷିମନ୍ତ୍ରୀ ଥିଲେ । ଅପରାହ୍ନ ୪ଟା ୨୦ରେ ତାଙ୍କୁ ଏୟାରପୋର୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିୟାଲ  ସିକ୍ୟୁରିଟି ଫୋର୍ସ ଯବାନମାନେ ଅଟକାଇଥିଲେ ।

ରୁଷ ମନ୍ତ୍ରୀ ସେମେନୋଭ ଇଣ୍ଡିଗୋ ଫ୍ଲାଇଟରେ ଡେରାଡୁନରୁ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା । ସେ ନିଜ ସହ ଏକ ସାଟେଲାଇଟ ଫୋନ ନେଇ ଏୟାରପୋର୍ଟକୁ ଆସିଥିଲେ । ହେଲେ ଏ ନେଇ ସେ ସନ୍ତୋଷଜନକ କାଗଜପତ୍ର  ଦେଖାଇ ପାରି ନ ଥିଲେ । ଏ ନେଇ ପୋଲିସ ପକ୍ଷରୁ ଏକ ଏଫଆଇଆର ଦାଏର କରାଯାଇଥିଲା ।

ତେବେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ବ୍ୟବହାର ପାଇଁ ସାଟେଲାଇଟ ଫୋନ ରଖିଥିଲେ ବୋଲି ରୁଷ ମନ୍ତ୍ରୀ କହିଛନ୍ତି  ।

Leave A Reply

Your email address will not be published.