Latest Odisha News

BREAKING NEWS

ଅନୁରାଗଙ୍କ ସପକ୍ଷରେ ବାହାରିଲେ ତାଙ୍କ ୨ ପୂର୍ବତନ ପତ୍ନୀ, ଜାଣନ୍ତୁ କ’ଣ କହିଲେ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ୨ ପୂର୍ବତନ ପତ୍ନୀ ଆରତୀ ବଜାଜ ଏବଂ କଲକି କୋଚଲିନ ତାଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି । ଅନୁରାଗଙ୍କ ବିରୁଦ୍ଧରେ ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା #MeToo ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏହି ଦୁହେଁ ।

ଅନୁରାଗଙ୍କ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ କଲ୍କି ସୋସିଆଲ ମିଡିଆରେ ଅନୁରାଗଙ୍କ ସମର୍ଥନରେ କହିଛନ୍ତି । ଏହି ଖରାପ ସମୟରେ ଅନୁରାଗଙ୍କୁ ଷ୍ଟ୍ରଙ୍ଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

କଲ୍କି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେମାନେ ଏକାଠି ଥିବା ସମୟରେ ଅନୁରାଗ ତାଙ୍କୁ ସର୍ବଦା ସମର୍ଥନ କରୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଛାଡପତ୍ର ପରେ ମଧ୍ୟ ସେ ତାଙ୍କ ପାଇଁ ଛିଡା ହୋଇଛନ୍ତି।

ଅନୁରାଗଙ୍କ ପ୍ରଥମ ପତ୍ନୀ ଆରତୀ ବଜାଜ ମଧ୍ୟ ତାଙ୍କ ସପକ୍ଷରେ କହିଛନ୍ତି। ପାୟଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଅନୁରାଗଙ୍କ ସପକ୍ଷରେ ବାହାରିଛନ୍ତି।

ନିଜକୁ ଅନୁରାଗଙ୍କ ‘ପ୍ରଥମ ପତ୍ନୀ’ ବୋଲି କହିବା ସହ ଆରତୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ଅନୁରାଗଙ୍କ ସମ୍ପର୍କରେ ଏପରି ଅଭିଯୋଗ ଆଣିବା ଏକ ଶସ୍ତା ପବଲିସିଟି ଷ୍ଟଣ୍ଟ ବୋଲି ସେ କହିଛନ୍ତି।

ଅନୁରାଗଙ୍କଠାରୁ ଅଧିକ ନାରୀଙ୍କୁ ସମ୍ମାନ ଦେଉଥିବା ନିର୍ଦ୍ଦେଶକ ଆଉ କେହି ନାହାନ୍ତି ବୋଲି ଆରତୀ କହିଛନ୍ତି।

Leave A Reply

Your email address will not be published.