ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାରିଛନ୍ତି ବାଣ । ଚୀନ୍ ସହ ଓ ସୀମା ବିବାଦ ଚାଲିଥିବା ବେଳେ ରାହୁଲ ଟ୍ୱିଟ୍ ଜରିଆରେ ଟାର୍ଗେଟ କରିଛନ୍ତି ମୋଦୀଙ୍କୁ । ପ୍ରଧନମନ୍ତ୍ରୀ ମୋଦୀ ସେନା ଉପରେ ବିଶ୍ୱାସ କରନ୍ତି ନାହିଁ ବୋଲି ସେ ଟ୍ୱିଟ୍ କରି କହିଛନ୍ତି ।
Everybody believes in the capability and valour of the Indian army.
Except the PM:
Whose cowardice allowed China to take our land.
Whose lies will ensure they keep it.
— Rahul Gandhi (@RahulGandhi) August 16, 2020
ରାହୁଲ ଲେଖିଛନ୍ତି ଯେ, ମୋଦୀଙ୍କ ବ୍ୟତୀତ ଆମ ସେନାର ସାମର୍ଥ ଉପରେ ଆଉ ସମସ୍ତଙ୍କ ବିଶ୍ୱାସ ରହିଛି । ହେଲେ ମୋଦୀଙ୍କ ପାଇଁ ଚୀନ୍ ଆମ ଜମିକୁ ଦଖଲ କରି ରଖିଛି । ତାଙ୍କ ପାଇଁ ଚୀନ୍ ଭାରତରେ ନିଜର ଅଧିକାର ବଜାୟ ରଖିବ । ସୂଚନା ଯୋଗ୍ୟ ଯେ, ଚୀନ୍ ପ୍ରସଙ୍ଗାରେ ରାହୁଲ ଗାନ୍ଧୀ ବାରମ୍ବାର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।
Comments are closed.