Latest Odisha News

Excise Department: ପୂଜା ପୂର୍ବରୁ ବଡ଼ ଧରଣର ଚଢ଼ାଉ; ଜବତ ହେଲା ୧୫ ହଜାର ଲିଟର ପୋଚ, ୪ ଗିରଫ

ଭୁବନେଶ୍ୱର: ପାର୍ବଣରେ ବେଆଇନ କାମ ଅଧିକ ଚାଲେ। ବେଧଡ଼କ ଚାଲେ ନିଶା କାରବାର। ତେଣୁ ଏହାକୁ ରୋକିବା ପାଇଁ ସଜାଗ ହୋଇଛି ପ୍ରଶାସନ। ପୂଜା ପୂର୍ବରୁ ରାଜଧାନୀରେ ଅବକାରୀ ବିଭାଗ ବଡ଼ ଧରଣର ଚଢ଼ାଉ କରିଛି। ଏହି ଚଢଉରେ ଜବତ ହୋଇଛି ୧୫ ହଜାର ଲିଟର ପୋଚ ଓ ୬ ହଜାର ଲିଟର ମଦ।

ଭୁବନେଶ୍ୱର ସାଲିଆ ସାହି ଭିତରେ ପୋଚ ରାନ୍ଧୁଥିବା ବେଳେ ଆଜି ୪ ଜଣ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ। ୨ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି। ମଦ ପ୍ରସ୍ତୁତକାରୀ ସମସ୍ତ ସାମଗ୍ରୀ ମଧ୍ୟ ଜବତ କରିଛି ଅବକାରୀ ବିଭାଗ।

ଏହି ମଦ ସବୁ ବେଧଡକ ଭାବେ ଜନବସତି ଭିତରେ ତିଆରି ହେଉଥିଲା ଏବଂ ପୂଜାରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାନ୍ତା। ଏହା ପୂର୍ବରୁ ଅବକାରୀ ବିଭାଗ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍ ଏସବୁ ପୋଚ ଓ ମଦ ନଷ୍ଟ କରିଛନ୍ତି।

Comments are closed.