ଫୁଲବାଣୀ: ଜଙ୍ଗଲରେ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ ଚଢାଉ। କନ୍ଧମାଳ ଜିଲ୍ଲା ଅବକାରୀ ସ୍ୱତନ୍ତ୍ର ସ୍କ୍ୱାଡ ଗୋଛପଡ଼ା ଥାନା ଅନ୍ତର୍ଗତ କଞ୍ଜାମାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରିଛି। ଏହି ଚଢାଉରେ ଜଙ୍ଗଲରେ ରଖା ଯାଇଥିବା ୩୪ଟି ଗଞ୍ଜେଇ ଭର୍ତ୍ତି ଜରି ଅଖା ବସ୍ତା ଜବତ କରାଯାଇଛି।
ଏହି ୩୪ ବସ୍ତାରୁ ୮ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ୮୫ ଲକ୍ଷ୍ୟ ଟଙ୍କା ଗଞ୍ଜେଇର ମୂଲ୍ୟ ଥିବା ଜଣା ପଡ଼ିଛି। ସୂଚନା ମୁତାବକ, ଗୋଛାପଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ ଅବକାରୀ ବିଭାଗର ଏହି ସ୍ୱତନ୍ତ୍ର ସ୍କ୍ୱାଡ । ଏହି ସମୟରେ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ।
ଖବର ପାଇ ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସ୍ୱତନ୍ତ୍ର ଟିମ୍ର ଇନସ୍ପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ବାଲିଗୁଡା ଅବକାରୀ ଟିମ୍ ସହ ଏକ ୨୦ ଜଣିଆ ଟିମ୍ ଜଙ୍ଗଲରେ ଚଢ଼ାଉ କରିଥିଲେ । ଚଢାଉ କରି ଜଙ୍ଗଲ ମଧ୍ୟରେ ଗଛ ଡାଳ ଘୋଡାଇ ବିକ୍ରି ପାଇଁ ରଖା ଯାଇଥିବା ସମସ୍ତ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍ । ଜଙ୍ଗଲରୁ ମୋଟ ୩୪ଟି ଜରି ଅଖା ବସ୍ତା ଜବତ ହୋଇଛି। ଯେଉଁଥିରେ ୮ କୁଇଣ୍ଟଲ ୫୦ କେଜି ଗଞ୍ଜେଇ ରହିଥିବା ସୂଚନା ମିଳିଛି।
Comments are closed.