Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଅବକାରୀ ଜଏଣ୍ଟ କମିଶନର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ। ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି।

ଏକା ସଙ୍ଗେ ୧୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍‌। ଭୁବନେଶ୍ବର, ସୋନପୁର, ବଲାଙ୍ଗିର ଘର ସମେତ ଅଫିସ୍‌‌ରେ ଭିଜିଲାନ୍ସ ରେଡ୍‌ କରିଛି। ଭୁବନେଶ୍ୱର ଭିଜିଲାନ୍ସର ସ୍ପେଶାଲ୍ ଜଜ୍ ଦ୍ୱାରା ଜାରି ହୋଇଛି ସର୍ଚ୍ଚ ୱାରେଣ୍ଟ। ୧୦ ଡିଏସପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ମିଳିତରେ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରାଯାଇଛି।

ଭୁବନେଶ୍ୱରର ଧର୍ମବିହାର ପ୍ଲଟ ୧୪୩ରେ ଏହି ଚଢାଉ ଚାଲିଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ଖୁବ ଶୀଘ୍ର ଅଧିକ ତଥ୍ୟ ଉପଲବ୍ଧ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.