ଭୁବନେଶ୍ୱର: ରଥଯାତ୍ରା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁ୍ଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯାଇଛି। ଏହି ବସ୍ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବ।
ଜନସାଧାରଣଙ୍କୁ ପ୍ରଭାବୀ, ସୁଲଭ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବହନ ସମାଧାନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏହି ଅଞ୍ଚଳର ବାସିନ୍ଦା ଓ ପରିଦର୍ଶନମାନଙ୍କ ଗମନାଗମନ ଅନୁଭୂତିରେ ଉନ୍ନତି ଆଣିବା ଲାଗି ବିଭିନ୍ନ ରୁଟରେ ବସ୍ ଜିଆରେ କ୍ରୁଟ ପକ୍ଷରୁ ସଂଯୋଗ ପ୍ରଦାନ କରାଯାଉଛି।
୫୦ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ତାଳବଣିଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବ। ସେହିପରି ୫୧ନଂ ରୁଟ ବସ ମାଷ୍ଟରକ୍ୟାଣ୍ଟିନରୁ ବାହାରିବ। ୫୪ନଂ ରୁଟ ବସ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ବାହାରିବ। ୨ନଂ ରୁଟ ବସ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ବାହାରିବ। ସବୁ ବସ ତାଳବଣିଆ ବସଷ୍ଟାଣ୍ଡକୁ ଯାଇ ପୁଣି ସେଠାରୁ ଫେରିବ। ସେହିପରି ଗୁଣ୍ଡିଚାରେ ମଧ୍ୟ ସ୍ୱତନ୍ତ୍ର ବସ ଗଡିବ। ରଥଯାତ୍ରାରେ ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ୨୦ ରୁ ୩୦ ପର୍ଯ୍ୟନ୍ତ ରୁଟ ନଂ ୭,୮,୫୨ ତଥା ପୁରୀ ସହର ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ।
Comments are closed.