Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେବା ପରେ ଆରଏଏସ୍ ରୋଗରେ ଆକ୍ରାନ୍ତ ହେଲେ ବ୍ୟକ୍ତି

ନୂଆଦିଲ୍ଲୀ: ବିଜନେସ୍ ଇନସାଇଡର୍ ରିପୋର୍ଟ ଅନୁଯାୟୀ କରୋନାରୁ ସୁସ୍ଥ ହେବା ପରେ ଜଣେ ବ୍ୟକ୍ତିଙ୍କଠାରେ ନୂଆ ଲକ୍ଷଣ ବିକଶିତ ହୋଇଛି। ଯାହାକୁ ରେଷ୍ଟଲେସ୍‌ ଅନାଲ୍‌ ସିଣ୍ଡ୍ରୋମ ବୋଲି କୁହାଯାଉଛି। ଜାପାନରେ ଏଭଳି ଏକ ମାମଲା ସାମ୍‌ନାକୁ ଆସିଛି। ଜଣେ ୭୭ ବର୍ଷୀୟ ବୃଦ୍ଧଙ୍କଠାରେ କରୋନାରୁ ସୁସ୍ଥ ହେବା ପରେ ଏହି ଲକ୍ଷଣ ଦେଖାଯାଇଛି। ତେବେ କିଛି ବ୍ୟାୟାମ ଦ୍ବାରା ଏହି ଲକ୍ଷଣରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି।

ଏହାପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଥିରେ ଗଳା ଦରଜ, କାଶ ଏବଂ ଜ୍ୱର ଆଦି ଲକ୍ଷଣ ଦେଖାଦେଇଥିଲା। ଏହାପରେ ତାଙ୍କର ନିମୋନିଆ ଚିକିତ୍ସା ମଧ୍ୟ କରାଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହେବାର ୨୧ ଦିନ ପରେ ତାଙ୍କ ଶ୍ୱାସକ୍ରିୟାରେ ଉନ୍ନତି ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

Leave A Reply

Your email address will not be published.