କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମନୋଜ ବେହେରାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଚାଲିଛି ରେଡ୍ ।
କଟକ ଜିଲ୍ଲା ନେମାଳଠାରେ ଥିବା ମନୋଜଙ୍କ ପୈତୃକ ଘର, ଭୁବନେଶ୍ୱର ଉପକଣ୍ଠ ପାହାଳସ୍ଥିତ ଉତ୍କଳ ହାଇଟ୍ସରେ ତାଙ୍କ ପତ୍ନୀ ଦେବସ୍ମିତା ବେହେରାଙ୍କ ନାଁରେ ଥିବା ଆପାର୍ଟମେଣ୍ଟ, କଟକ ଗଣ୍ଡରପୁର ସ୍ଥିତ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ ।
ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମନୋଜଙ୍କର ୨ଟି ପ୍ଲଟ ଥିବା ଜଣାପଡ଼ିଛି । ଭିଜିଲାନ୍ସର ୪ଜଣ ଡିଏସ୍ପି ଓ ୮ଜଣ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।
Comments are closed.