Latest Odisha News

ଏନକାଉଣ୍ଟରରେ ଟଳିଲେ ୨ ମହିଳା ମାଓବାଦୀ

ମାଲକାନଗିରି: ଛତିଶଗଡ଼ ଦାନ୍ତେଓ୍ୱାଡାରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମହିଳା ମାଓବାଦୀ । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । କଟେକଲ୍ୟାଣ ଜଙ୍ଗଲରେ ୫୦ରୁ ଅଧିକ ମାଓବାଦୀ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ ।

ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । ଏତିକିବେଳେ ଉଭୟ ପଟରୁ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ କିଛି ଗୁଳି ଓ ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

Comments are closed, but trackbacks and pingbacks are open.