Latest Odisha News

ବଟି ନେଉଛି ପୁରୀ ପୁଲିସ: ମନ୍ତ୍ରୀ କହିଲେ ‘ଅବକାରୀ ବାବଦରେ ମୁଁ ନୂଆ’

କଟକ: ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡାଙ୍କ ଚିଠି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଅବକାରୀ କମିଶନର ଆଶିଷ ପଣ୍ଡା କିନ୍ତୁ କହିଛନ୍ତି, ତାଙ୍କୁ ଏ ଚିଠି ଆସିନି । ଯାହାକି ବିଡମ୍ବନାର ବିଷୟ। ଆଶିଷ ସିଂ ଜଣେ ଭଲ ଅଫିସର। ତାଙ୍କ ପାଖରୁ ପ୍ରେରଣା ପାଇ ସେ ଭଲ କାମ କରିବାକୁ ଚାହଁଛନ୍ତି। ତେଣୁ ବିଭାଗର ଦୁର୍ବଳତା ବାବଦରେ ପ୍ରକାଶ କରିବାକୁ ଯାଇ ଏପରି ଚିଠି ଲେଖିଛନ୍ତି ବୋଲି ସଞ୍ଜୟ କହିଛନ୍ତି। କିନ୍ତୁ ଆଶିଷ ଧାଡିକିଆ ଉତ୍ତର ଦେଇ କହିଛନ୍ତି, ଅଭିଯୋଗର ସତ୍ୟତା ଯାଞ୍ଚ ହେବ। ତାଙ୍କ ପାଖରେ ପହଁଚିନି ଚିଠି।

ଅନ୍ୟପଟେ ନୂଆକରି ଅବକାରୀ ମନ୍ତ୍ରୀ ହୋଇଥିବା ଅଶ୍ୱୀନ ପାତ୍ର କହିଛନ୍ତି, ସେ ଏବେ ନୂଆକରି ଦାୟିତ୍ୱ ନେଇଛନ୍ତି । ବିଭାଗ ବିଷୟରେ ସେ କିଛି ଜାଣି ନାହାନ୍ତି । କେବଳ ଠିପି ଖୋଲା ମଦ ଦୋକନା ଏବଂ ଠିପି ବନ୍ଦ ମଦ ଦୋକାନ ଅଛି ଜାଣିଛନ୍ତି ବୋଲି କହିଛନ୍ତି।  ଚିଠି ପଢିବା ପରେ ସେ ଅନୁଧ୍ୟାନ କରିବେ। ବଟି କିଏ ଓ କାହିଁକି ନେଉଛି ସେ ବାବଦରେ ଜାଣିନାହାନ୍ତି ବୋଲି 4 ଥର ବିଧାୟକ ହୋଇ ମନ୍ତ୍ରୀ ହେବା ପରେ ଏପରି କହିଛନ୍ତି।

ଅବକାରୀ ଇନସପେକ୍ଟର କହିଛନ୍ତି, ଜିଲ୍ଲାରେ ମାତ୍ର 20ରୁ 25 ଅବକାରୀ କର୍ମଚାରୀ ରହିଛନ୍ତି। ବର୍ଷେ ଭିତରେ ସେ ବହୁତ ବଡ ବଡ ଧଳା ଜବର ଜବତ କରିଛନ୍ତି। ଯେଉଁସବୁ ନିଶା ଜବତ ହୋଇଛି ତାହା ଥାନାର 100 ମିଟର ପାଖାରେ ରହିଛି। ଆଉ ନିଶା ବେପାରୀଙ୍କୁ ଧରିବା ପରେ ସେମାନେ କହୁଛନ୍ତି ଆମେ ପୁଲିସକୁ ବଟି ଦେଉଛୁ। ଯାହାକୁ ନେଇ ଅବକାରୀ ଅଧିକାରୀ ତାଜୁବ ।

ଜୁନ୍‌ ୪ ତାରିଖରେ ଏହି ଚିଠି ଲେଖାହୋଇଛି। ଏହି ଚିଠିଟି ମିଳିବା ପରେ ଜଣାପଡିଛି ପୁରୀ ପୋଲିସ ଏବଂ ନିଶା ବେପାରୀଙ୍କ ମଧୁର ସମ୍ପର୍କ କିପରି ବଢି ଚାଲିଛି । ଆଉ ତୀର୍ଥକ୍ଷେତ୍ରକୁ ଅପରାଧୀଙ୍କ ଚରାଭୂଇଁ ପାଲଟିବାରେ କିଏ କରୁଛି ସହାୟତା । ସବୁଠୁ ବଡ଼ କଥା ହେଲେ ପୁରୀ ପୋଲିସର ବଡ ବାବୁ ମାନେ ଏ ବାବଦରେ ଚୁପ। ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ଏହି ସରକାରର ବାବୁଙ୍କର ନିଶା ବେପାରୀଙ୍କ ପ୍ରତି ଅହେତୁକ ଉଦାର ଭାବ ପ୍ରମାଣ କରିଛି ନିଶା ବେପାରୀଙ୍କ ସହ ରହିଛି ଏମାନଙ୍କର ସୁ ସମ୍ପର୍କ ।

ସଞ୍ଜୟ ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ବର୍ଷେ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି। ଏହାଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି।

Leave A Reply

Your email address will not be published.