Latest Odisha News

BREAKING NEWS

ନିଶା ବେପାରୀଙ୍କ ‘ବଡ଼ ଭାଇ’ ସାଜିଛି ପୁରୀ ପୋଲିସ, ସବୁ ଜାଣି ହାତ ବାନ୍ଧି ବସିଛନ୍ତି ଅବକାରୀ ଅଧିକାରୀ

ପୁରୀ: ନିଶା ବେପାରୀଙ୍କ ‘ବଡ଼ ଭାଇ’ ପାଲଟିଛି ପୁରୀ ପୋଲିସ। ଅପରାଧୀ ଏବଂ ଅପରାଧକୁ ବଢାଇବାରେ ସହଯୋଗ କରୁଥିବା ଏହି ନିଶା ବେପାରୀଙ୍କ ସହିତ ରହିଛି ପୁଲିସର ଅହିନକୂଳ ସମ୍ପର୍କ। ନିଶା ବେପାରୀଙ୍କ ଠାରୁ ଲାଞ୍ଚ ନେଇ ବସି ପଡୁଛନ୍ତି ପୁରୀ ପୋଲିସ । ଯେଉଁଥିପାଇଁ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନକୁ ଖାତିର କରୁନାହାନ୍ତି ପୁରୀର ନିଶା ବେପାରୀ। ମାସିକିଆ ଆକାରରେ ବଟି ନେଇ ମାଲାମାଲ ହେଉଛନ୍ତି ପୁରୀ ପୋଲିସ। ତେଣୁ ନିଶା ମାଫିଆଙ୍କ ଦୌରାତ୍ମ୍ୟ ବଢୁଛି। ଅବକାରୀ ବିଭାଗ ସୁବ ଜାଣିବି କିଛି କରିପାରୁନି । ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେବା ପରେ ଏ ପ୍ରକାର ଏକ ଚିଠି ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା ତାଙ୍କର ଉପରିସ୍ଥ ଅଧିକାରୀ ତଥା ଅବକାରୀ କମିସନର୍‌ଙ୍କୁ ଲେଖିଛନ୍ତି।

ଜୁନ୍‌ ୪ ତାରିଖରେ ଏହି ଚିଠି ଲେଖାହୋଇଛି। ଏହି ଚିଠିଟି ମିଳିବା ପରେ ଜଣାପଡିଛି ପୁରୀ ପୋଲିସ ଏବଂ ନିଶା ବେପାରୀଙ୍କ ମଧୁର ସମ୍ପର୍କ କିପରି ବଢି ଚାଲିଛି । ଆଉ ତୀର୍ଥକ୍ଷେତ୍ରକୁ ଅପରାଧୀଙ୍କ ଚରାଭୂଇଁ ପାଲଟିବାରେ କିଏ କରୁଛି ସହାୟତା । ସବୁଠୁ ବଡ଼ କଥା ହେଲେ ପୁରୀ ପୋଲିସର ବଡ ବାବୁ ମାନେ ଏ ବାବଦରେ ଚୁପ। ସ୍ୱଚ୍ଛ ସରକାରର ଡିଣ୍ଡିମ ପିଟୁଥିବା ଏହି ସରକାରର ବାବୁଙ୍କର ନିଶା ବେପାରୀଙ୍କ ପ୍ରତି ଅହେତୁକ ଉଦାର ଭାବ ପ୍ରମାଣ କରିଛି ନିଶା ବେପାରୀଙ୍କ ସହ ରହିଛି ଏମାନଙ୍କର ସୁ ସମ୍ପର୍କ ।

ସଞ୍ଜୟ ପଣ୍ଡା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ‘ପୁରୀ ଜିଲ୍ଲାରେ ବର୍ଷେ ହେବ ଯେତେବେଳେ ଅବକାରୀ ଅଧିକାରୀମାନେ ନିଶା କାରବାର କରୁଥିବା ଦୁର୍ବୃତ୍ତଙ୍କୁ ଗିରଫ କରୁଛନ୍ତି, ସେମାନେ ଥାନା ପୁଲିସକୁ ମାସିକିଆ ଟଙ୍କା ଦେଉଥିବା କହୁଛନ୍ତି। ତେଣୁ ‘‘ଅବକାରୀ ବାଲାଙ୍କୁ ଖାତିର କରୁନାହାନ୍ତି ବୋଲି ଦୁର୍ବୃତ୍ତମାନେ କହୁଛନ୍ତି। ଏହାଫଳରେ ଥାନା ଅଧିକାରୀଙ୍କ ଦ୍ବାରା ଅଳ୍ପ ସଂଖ୍ୟକ ଅବକାରୀ ମାମଲା ଠାବ ହେଉଛି।

ସବୁଠାରୁ ବଡ କଥା ହେଲେ କିଛି ମାସ ହେବ ପୁରୀରୁ ବହୁ ପରିମାଣରେ ଧଳା ଜହର ଜବତ ହୋଇଛି । ଯାହାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠେ କିପରି ଏହି କାରବାର ସକ୍ରିୟ ରହୁଛି । ବାରମ୍ବାର ଚଢାଉ ପରେ ବି କାହିଁକି ଏହି ଧଳା ଜହର କାରବାର ଉପରେ ରୋକ୍ ଲାଗିପାରୁନି । ଏବେ ଜିଲ୍ଲାର ଅବକାରୀ ଅଧିକାରୀ ସଞ୍ଜୟ ପଣ୍ଡାଙ୍କ ଚିଠିରେ ଯଦି ସତ୍ୟତା ରହିଥିବ ତାହାଲେ ନିଶ୍ଚିତ ଭାବରେ ଫାଇଭ ଟି ସରକାରର ଏହି ପୁରୀ ପୁଲିସ ହିଁ ଶ୍ରୀକ୍ଷେତ୍ରରେ ଧଳାଜହର କାରବାର ଏବଂ ଅପରାଧୀଙ୍କ ପ୍ରାଦୂର୍ଭାବ ବଢାଇବା ପଛର ମୁଖ୍ୟ କାରଣ ପାଲଟିବ।

ତେବେ ଏହାକୁ ନେଇ ପୁରୀ ପୋଲିସର ଜିଲ୍ଲାପାଳ, ଏସପି କି ଅନ୍ୟ କୌଣସି ଅଧିକାରୀ ଜବାବ ରଖିନାହାନ୍ତି।

Leave A Reply

Your email address will not be published.