Latest Odisha News

BREAKING NEWS

ଆଠଗଡରେ ହାତୀ ମୃତ୍ୟୁ ଘଟଣା, ଏସଟିଏଫ ତଦନ୍ତ ଦାବି

ଭୁବନେଶ୍ୱର: ହାତୀ ମୃତ୍ୟୁ ଘଟଣାର ବନ ବିଭାଗ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେଉ । ଏସଟିଏଫ ଏହି ମାମଲାର ତଦନ୍ତ କରିବା ଦରକାର । ଏପରି କିଛି ଦାବି କରି ଆନିମାଲ ଓ୍ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି। ନିକଟରେ ଆଠଗଡ ଡିଭିଜନରେ ହୋଇଥିବା ହାତୀ ମୃତ୍ୟୁ ଘଟଣାରେ ଏସଟିଏଫ ତଦନ୍ତ ଦାବି କରି ପୂରବ ଚିଠି ଲେଖିଛନ୍ତି । ଏଥିସହ ଡିଏଫଓଙ୍କ ବିରୋଧରେ ତଦନ୍ତ କରାଯାଇ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ ଏବଂ ସାରା ଦେଶରେ ପଶୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ଏହି ଚିଠି ମଧ୍ୟ ପଠାଇଛନ୍ତି।

ନିକଟରେ କଟକ ଆଠଗଡ ଡିଭିଜିନରେ ମୃତ ହାତୀ ମିଳିଥିଲା। ହାତୀ ଦାନ୍ତ ମିଳିବା ପରେ ଦୁର୍ବୃତ୍ତକୁ ଜେରା କରିବା ପରେ ଜେସିବି ସାହାଯ୍ୟରେ ଗାତ ଖୋଳି ମୃତ ହାତୀ ଉଦ୍ଧାର ହୋଇଥିଲା। ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତ ହାତୀ ଶରୀରରେ କେମିକାଲ ପ୍ରୟୋଗ ହୋଇଥିବା ଜଣାପଡିଛି।

ପୂରବୀ ତାଙ୍କ ଚିଠିରେ ଲେଖିଛନ୍ତି, ଆଠଗଡ଼ରେ ଏକାଧିକ ହାତୀ କଙ୍କାଳ ମିଳିଛି। ବନବିଭାଗକୁ ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ମଧ୍ୟ ଏହାକୁ ଗୁରୁତର ସହ ନେଉନାହିଁ। ଏପରି କରି ଡିଏଫଓ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ଉଦ୍ଧାର ହୋଇଥିବା 4ଟି ହାତୀ ମୃତ୍ୟୁ ଘଟଣାରେ ତଦନ୍ତ ଆଦୌ ସନ୍ତୋଷଜନକ ନୁହେଁ। ତେଣୁ ଏହି ଘଟଣାରେ ଏସଟିଏଫ ତଦନ୍ତ ଦିଆଯାଉ। ଏପରି ହେଲେ ଏପରି ହାତୀ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ।

Leave A Reply

Your email address will not be published.