ଭୁବନେଶ୍ୱର: ବର୍ତ୍ତମାନ ଦିନକୁ ଦିନ ହୃଦ୍ଘାତ ଜନିତ ରୋଗ ବଢିବାରେ ଲାଗିଛି । ପ୍ରତି ୩୩ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ହାର୍ଟ ଅଟାକ୍ ରେ ଯାଉଛି। ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି ସବୁ ବର୍ଗର ଲୋକଙ୍କ ପାଇଁ । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ମେଡିସିନ ଖାଇବା ସହିତ ଅନେକ ପ୍ରକାର ପଦ୍ଧତି ଆପଣାଉଛନ୍ତି କିନ୍ତୁ ଏହା ପରେ ବି ମୁକ୍ତି ମିଳୁନି ହାର୍ଟ ଜନିତ ରୋଗରୁ । ତେଣୁ ଏମିତି କିଛି ଏକ୍ସରସାଇଜ ଓ ଯୋଗ ରହିଛି । ଯାହା କରିବା ଦ୍ୱାରା ସୁସ୍ଥ ରହିବ ଆପଣଙ୍କ ହାର୍ଟ । ଏମିତିକି କିଛି ଡାକ୍ତର ମେଡିସିନ ଅପେକ୍ଷା ହାର୍ଟ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପେୟ ସହିତ ଏକ୍ସରସାଇଜ ଓ ଯୋଗ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି । କାହିଁକିନା ବ୍ୟାୟାମ ଓ ଯୋଗ ହାର୍ଟ ରୋଗୀଙ୍କ ପାଇଁ ରମବନ ଭଳି କାମ କରିଥାଏ ।
ତେବେ ସକାଳୁ କିଛି ସମୟ ଦୌଡ଼ିବା କିମ୍ବା ଡାନ୍ସ କରିବା ଦ୍ୱାରା ଶରୀର ସତେଜ ରହିବ ସହ ଶରୀରରେ ବ୍ଲଡ଼ ସର୍କୁଲେସନ ମଧ୍ୟ ଅଧିକ ହୋଇଥାଏ । ଏମିତିକି ଅନେକ ରୋଗ ମଧ୍ୟ କମ ହୋଇଯାଏ । ତେଣୁ ନାଚିବା କିମ୍ବା ଦୌଡ଼ିବା youଦ୍ୱାରା ହାର୍ଟ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ । କାରଣ ବଡି ମୁଭ ହେବା ସମୟରେ ମନୁଷ୍ୟ ହାର୍ଟ ର ବି ଏକ୍ସରସାଇଜ ହୋଇଥାଏ ।
ହାର୍ଟ ରୋଗୀଙ୍କ ପାଇଁ ଏରୋବିକ୍ସ ମଧ୍ୟ ଏକ ଭଲ ଏକ୍ସରସାଇଜ ଅଟେ । ପ୍ରତିଦିନ ଏରୋବିକ୍ସ କରିବା ଦ୍ୱାରା ଏହାର ପ୍ରଭାବ ହାର୍ଟ ଉପରେ ପଡିଥାଏ ଓ ବ୍ଲଡ ସର୍କୁଲେସନ ଫ୍ଲୋ ବଢିଥାଏ । ଯାହା ପାଇଁ ହୃଦଘାତ ଜନିତ ରୋଗ ମଧ୍ୟ ହୋଇନଥାଏ ।
ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ଶରୀର ଖୋଲିଥାଏ ବା ଶରୀରରେ ଭଲ ଭାବେ ଅକ୍ସିଜେନର ମାତ୍ରା ଦରକାର ମୁତାବକ ରହିଥାଏ । ଖାଲି ସେତିକି ନୁହେଁ ଏହା କରିବା ଦ୍ୱାରା ଶରୀର ମାଂସପେଶିରେ ରକ୍ତ ପ୍ରବାହ ଭଲ ଭାବେ ହୋଇଥାଏ । ହାର୍ଟରେ କୌଣସି ବ୍ଲକେଜ ମଧ୍ୟ ସୃଷ୍ଟି ହୁଏନି । ବଡି ଫ୍ଲେକ୍ସିବୁଲ ରହିବା ସହିତ ହାର୍ଟ କୌଣସି ଅସୁବିଧାର ସାମ୍ନା କରେନି ।