Latest Odisha News

BREAKING NEWS

୫ ରାଜ୍ୟରେ ବିଧାସଭା ନିର୍ବାଚନ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଚାର ପ୍ରସାର ମଧ୍ୟ ଯୋରଦାର ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିଷେଧାଜ୍ଞା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ସଂଧ୍ୟା ସାଢେ ୬ଟା ପର୍ୟ୍ୟନ୍ତ ଲାଗୁ ହେବ । ଯଦି କୌଣସି ବ୍ୟକ୍ତି ଏହି ନିର୍ଦ୍ଦେଶର ଅନୁପାଳନ ନ କରନ୍ତି ତେବେ ତାଙ୍କୁ ୨ ବର୍ଷ ପର୍ୟ୍ୟନ୍ତ ଜେଲ ବା ଜରିମାନା କିମ୍ବା ଉଭୟ ହୋଇପାରେ ।

୫ଟି ରାଜ୍ୟ ଉତ୍ତରପ୍ରଦେଶ, ମଣିପୁର, ପଂଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଆସନ୍ତା ମାସରେ ମୋଟ ୭ଟି ପର୍ୟ୍ୟାୟରେ ଏସବୁ ରାଜ୍ୟରେ ନିର୍ବାଚନ ହେବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ କେବଳ ଉତ୍ତରପ୍ରଦେଶରେ ହେବ । ଏଥିପାଇଁ ଫେବ୍ରୁଆରି ୧୦ରେ ଭୋଟ ଗ୍ରହଣ ହେବ । ୨ୟ ପର୍ୟ୍ୟାୟ ନିର୍ବାଚନ ୪ଟି ରାଜ୍ୟ ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ହେବ । ଏଥିପାଇଁ ଫେବ୍ରୁଆରି ୧୪ରେ ଭୋଟ ଗ୍ରହଣ ହେବ। ଉତ୍ତରପ୍ରଦେଶରେ ୩ୟ ପର୍ୟ୍ୟାୟ ମତଦାନ ୨୦ ଫେବ୍ରୁଆରିରେ ଓ ୪ର୍ଥ ପର୍ୟ୍ୟାୟ ମତଦାନ ୨୩ ଫେବ୍ରୁଆରିରେ ହେବ । ୫ମ ପର୍ୟ୍ୟାୟ ମତଦାନ ମଣିପୁର ଓ ଉତ୍ତରପ୍ରଦେଶରେ ୨୭ ଫେବ୍ରୁଆରିରେ ହେବ । ଉତ୍ତରପ୍ରଦେଶରେ ୬ଷ୍ଠ ଓ ୭ମ ପର୍ୟ୍ୟାୟ ମତଦାନ ଯଥାକ୍ରମେ ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

Comments are closed, but trackbacks and pingbacks are open.