Latest Odisha News

BREAKING NEWS

ସିନ୍ଦୁର ନେଲା ଜୀବନ !

ଅନୁଗୁଳ: ସ୍ୱାମୀ ଓ ଦେଢସୁର ମିଶି ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନା ଘନା ଆରମ୍ଭ କରିଛି । ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀ ଓ ଦେଢସୁରଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାୁଚରା କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ।

ମୃତକ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାଇଝରଣ ଟାଙ୍ଗରସାହିର ଶତ୍ରୁଘ୍ନ ସାହୁଙ୍କ ପୁଅ ପଦ୍ମଚରଣ ଗତ ୨୦୦୯ ମସିହାରେ ଜରପଡା ଥାନା କୁଶକିଳା ଗ୍ରାମର ଚେରୁ ପ୍ରଧାନଙ୍କ ଝିଅ ମିଲିଙ୍କୁ ବିବାହ କରିଥିଲେ । ମିଲିଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶନିବାର ଅପରାହ୍ନରେ ମିଲି, ତାଙ୍କ ସ୍ୱାମୀ ପଦ୍ମ ଏବଂ ଦେଢଶୁର ଇନ୍ଦ୍ରମଣି ଘର ଠାରୁ ୫ଶହ ମିଟର ଦୂରରେ ଥିବା ତାଙ୍କ ବଗିଚାକୁ ପାଣି ମଡାଇବା ପାଇଁ ଯାଇଥିଲେ । ପାଣିମଡାଇ ସାରି ପଦ୍ମ ଏବଂ ତାଙ୍କ ଭାଇ ଇନ୍ଦ୍ରମଣି ଘରକୁ ଫେରିଥିବା ବେଳେ ମିଲି କିନ୍ତୁ ଫେରି ନଥିଲେ । ମିଲି ବଗିଚାରୁ ନଫେରିବା ନେଇ ପଡୋଶୀମାନେ ମିଲିଙ୍କ ବାପ ଘରକୁ ଖବର ଦେଇଥିଲେ ।

ଖବର ପାଇ ମିଲିଙ୍କ ଭାଇ ସନ୍ତୋଷ ଏବଂ ଗ୍ରାମର କିଛି ଲୋକ ମିଲିଙ୍କୁ ଖୋଜିବା ପାଇଁ ବଗିଚାକୁ ଯାଇଥିଲେ । ସେଠାରେ ମିଲି ନଥିବା ବେଳେ କୂଅ ପାଖରେ ଏକ ରକ୍ତ ଭିଜା କାଙ୍କ, ରକ୍ତ ଭିଜା ପଥର ଏବଂ କିଛି ଭଙ୍ଗା ଚୂଡି ପାଇଥିଲେ । ଭଉଣୀଙ୍କୁ ମାରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରି ଭାଇ ସନ୍ତୋଷ ନିଶା ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚିବା ସହିତ ସ୍ୱାମୀ ପଦ୍ମ ଏବଂ ଦେଢସୁର ଇନ୍ଦ୍ରମଣିଙ୍କୁ ଅଟକ ରଖିଛି ।

ଅପର ପକ୍ଷରେ କିଛି ଦିନ ପୂର୍ବେ ମିଲି ତାଙ୍କ ଦେଢଶୁର ଇନ୍ଦ୍ରମଣୀଙ୍କ ସହିତ ପାଟିତୁଣ୍ଡ ହୋଇଥିବାରୁ ଉଭୟେ ପଦ୍ମ ଏବଂ ଇନ୍ଦ୍ରମଣୀ ଭଉଣୀକୁ ମାରି କୂଅ ଭିତରେ ଫିଙ୍ଗି ଦେଇଥିବା ଥିବା ନେଇ ମିଲିଙ୍କ ଭାଇ ସନ୍ତୋଷ ଅଭିଯୋଗ କରିଛନ୍ତି । ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.