ଟିଟିଲାଗଡ଼: ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରୁ।
ସୂଚନା ଅନୁଯାୟୀ, ଟିଟିଲାଗଡ଼ ସିର ଭଟାପଡ଼ାର କେ.ଟ୍ୱିଙ୍କଲ ରାଓ ପ୍ରଥମ ଗର୍ଭ ଧରି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପେଟରେ ଯନ୍ତ୍ରଣା ହେବାରୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ। ମାତ୍ର ସେଠାରେ ଟ୍ୱିଙ୍କଲଙ୍କ ଅବସ୍ଥାରେ ସୁଧାର ଆସିବା ବଦଳରେ ଅଧିକ ଜଟିଳ ହୋଇଗଲା।
ତେବେ ଡାକ୍ତରଖାନାରେ ଡାକ୍ତରଙ୍କ ପରିବର୍ତ୍ତେ ନର୍ସମାନେ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। ହେଲେ ସେହି ସମୟରେ ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଟ୍ୱିଙ୍କଲ ରାଓ କିଛି ଦିନ ପୂର୍ବରୁ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ଯାଇ ଭର୍ତ୍ତି ହୋଇଥିଲେ। ସେହି ସମୟରେ ଡାକ୍ତରଖାନାର କର୍ମଚାରୀ ତଥା ନର୍ସ ସମୟ ହୋଇନଥିବା କହିବା ସହ ଡାକ୍ତର ବଳରାମ ସାହୁ ଯନ୍ତ୍ରଣା ଆସିଲେ ଆସିବା ପାଇଁ କହି ଘରକୁ ଫେରାଇଦେଇଥିଲେ।
ଏନେଇ ସମ୍ପୃକ୍ତ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଡାକ୍ତର କିଛି କହିବାକୁ ମନା କରିଦେଇଥିଲେ। ଅନ୍ୟପଟେ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ୍ତ ନାୟକ ଘଟଣାର ତଦନ୍ତ କରାଯିବ ନେଇ ସୂଚନା ଦେଇଛନ୍ତି। ମହିଳାମାନଙ୍କ ପାଇଁ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ରହିବା ସହ ନିରନ୍ତର ସ୍ୱାସ୍ଥ୍ୟ ପରୀକ୍ଷା ହେଉଛି।କେମିତି ତ୍ରୁଟି ରହିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିବା ସହ ଏହି ଘଟଣାରେ ରୋଗୀ ଗୁରୁତର ଥିବା ଦର୍ଶାଇଛନ୍ତି।
Comments are closed.