Latest Odisha News

BREAKING NEWS

ଆର୍ୟନଙ୍କ ଜାମିନ ପାଇଁ ମା’ ଗୌରୀଙ୍କ ମାନସିକ; ନ ମୁକୁଳିବା ଯାଏ ଖାଇବେନି…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ରିପୋର୍ଟ ଅନୁଯାୟୀ ପୁଅ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀ ଉପଲକ୍ଷେ ମା’ ଗୌରୀ ପୁଅ ମୁକୁଳି ଆସିବା ଲାଗି ମାନସିକ ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ଶାହରୁଖଙ୍କ ପରିବାରର ଜଣେ ବନ୍ଧୁ କହିଛନ୍ତି ଯେ ନବରାତ୍ରୀ ଆରମ୍ଭ ହେବା ପରେ ଗୌରୀ ଏକ ଶପଥ ନେଇଥିଲେ। ଏହି କାରଣରୁ ସେ ଚିନି ଏବଂ ମିଠା ଜିନିଷ ଖାଇବା ଛାଡି ଦେଇଛନ୍ତି। ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ତାଙ୍କ ଜାମିନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ମୁମ୍ବାଇ ସେସନ୍ସ କୋର୍ଟର ବିଚାରପତି ଉଭୟ ପକ୍ଷର ଶୁଣାଣି କରିଛନ୍ତି କିନ୍ତୁ ଜାମିନ ଆବେଦନ ଅକ୍ଟୋବର ୨୦ ପର୍ଯ୍ୟନ୍ତ ସ୍ଥଗିତ ରହିଛି।

Leave A Reply

Your email address will not be published.