Latest Odisha News

BREAKING NEWS

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଶେଷ ସହିତ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ଥିଲା । ଅଧିବେଶନ କାଳରେ ତିନିଟି ମୁଲତବି ପ୍ରସ୍ତାବ ଆସିଥିଲା । ଚଳିତ ମୌସୁମୀ ଅଧିବେଶନରେ ମୋଟ୍‌ ୧୩ଟି ବିଲ ପାରିତ ହୋଇଛି ।

ରାଜ୍ୟରେ ମରୁଡ଼ି ପରିସ୍ଥିତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ଓଡ଼ିଶା ଷ୍ଟାଫ ସେଲେକ୍ସନରେ ଦୁର୍ନୀତି ସମ୍ପର୍କରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲେଚନା ହୋଇଥିଲା । ସେହିପରି ଶାସକ ଦଳ ପକ୍ଷରୁ ଆଗତ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା । ଏହା ବ୍ୟତୀତ ପୌର ସଂଶୋଧନ ବିଲ୍, ପଞ୍ଚାୟତ ସଂଶୋଧନ ବିଲ୍, ଓଡ଼ିଶା ବିଶ୍ବ ବିଦ୍ୟାଳୟ ବିଲ, ବସ୍ତି ବାସିନ୍ଦା ଭୂମି ଅଧିକାର ସଂଶୋଧନ ବିଲ, ଓଡ଼ିଶା ଦ୍ରବ୍ୟ ଓ ସେବାକର ବିଲ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ୍, ଓଡ଼ିଶା ହାଉସିଂ ବୋର୍ଡ ବିଲ, ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ସଂଶୋଧାନ ବିଲ୍ ଭଳି ୧୩ଟି ସରକାରୀ ବିଲ ପାରିତ ହୋଇଛି ।

Leave A Reply

Your email address will not be published.